1 ଜିସୁ କୟ୍ଲା, "ତୁମିମଃନାର୍ ମଃନ୍ ନଃଡିର, ତୁମିମଃନ୍ ଇସ୍ୱର୍ ତଃୟ୍ ବିସ୍ୱାସ୍ କଃରା, ଆର୍ ମର୍ ତଃୟ୍ହେଁ ବିସ୍ୱାସ୍ କଃରା । 2 ମର୍ ଉବାର୍ ଗଃରେ ଗାଦେକ୍ ବାସା କଃର୍ତା ଟାଣ୍ ଆଚେ; ସେରି ସଃତ୍ ଅୟ୍ନଃରିଲେକ୍, ମୁୟ୍ ତୁମିକେ ଇ କଃତା ନଃକୟ୍ଲେ ହୁଣି, ମୁୟ୍ ତୁମାର୍ ଗିନେ ଟାଣ୍ ଟିକ୍ କଃରୁକେ ଜଃଉଁଲେ; 3 ଆର୍, ମୁୟ୍ ଜାୟ୍କଃରି ତୁମାର୍ ଗିନେ ଟାଣ୍ ଟିକ୍ କଃଲେକ୍ ଆରେକ୍ ଆସିନ୍ଦ୍, ଆର୍ ମୁୟ୍ ଜୁୟି ଟାଣେ ରଃୟ୍ନ୍ଦ୍ ତୁମିମଃନ୍ ହେଁ ଜଃନ୍କଃରି ସେ ଟାଣେ ରିଆସ୍, ସେତାର୍ଗିନେ ତୁମିକେ ନିଜାର୍ ତଃୟ୍ ନଃୟ୍ନ୍ଦ୍ ।
Publicidade
Publicidade