26 ମଃତର୍ ସେ ଉହ୍କାର୍କାରି, ବଃଲେକ୍ ଜୁୟି ପବିତ୍ର ଆତ୍ମାକେ ଉବା ମର୍ ନାଉଁଏ ହଃଟାୟ୍ଦ୍, ସେ ତୁମିମଃନ୍କେ ସଃବୁ ବିସୟେ ସିକ୍ୟା ଦଃୟ୍ଦ୍ ଆର୍ ମୁୟ୍ ତୁମିମଃନ୍କେ ଜାୟ୍ ଜାୟ୍ରି କୟ୍ ଆଚି, ସେରିସଃବୁ ତୁମିମଃନ୍କେ ଏତୁ କଃରାୟ୍ ଦଃୟ୍ଦ୍ ।
27 ମୁୟ୍ ତୁମିମଃନ୍କେ ସୁସ୍ତା ଦଃୟି କଃରି ଜଃଉଁଲେ, ମର୍ ନିଜାର୍ ସୁସ୍ତା ତୁମିମଃନ୍କେ ଦେଉଁଲେ, ଜଃଗତ୍ ଜଃନ୍କଃରି ଦଃୟ୍ଦ୍, ମୁୟ୍ ତୁମିମଃନ୍କେ ସେନ୍କଃରି ଦାନ୍ ନଃକେରି । ତୁମିମଃନ୍ ମଃନ୍ ବିତ୍ରେ ଚିତା କଃରା ନାୟ୍ କି ଡିରା ନାୟ୍ ।