ଜିସୁ ନିଜ୍କଃରି ଅଙ୍ଗୁର୍ ମାଳ୍
1 ମୁୟ୍ ସଃତ୍ୟା ଅଙ୍ଗୁର୍ ମାଳ୍, ଆରେକ୍ ମର୍ ଉବା ତାସି । 2 ମର୍ ତଃୟ୍ ରିଲା ଜୁୟି କଃନ୍ଦା ହଃଳ୍ ନଃହେଳେ, ତାକ୍ ସେ କାଟି ହଃକାୟ୍ଦ୍; ଆର୍ ଜୁୟି କଃନ୍ଦା ହଃଳ୍ ହଃଳେଦ୍, ସେରି ଅଃଦିକ୍ ହଃଳ୍ ହଃଳୁକ୍ ତାକ୍ ହଃର୍ଚାଳ୍ କଃରେଦ୍ । 3 ମୁୟ୍ ତୁମିମଃନ୍କେ ଜୁୟି କଃତା କୟ୍ଆଚି, ସେତାର୍ଗିନେ ତୁମିମଃନ୍ ନିର୍ମୁଳ୍ ଅୟି ସଃରିଆଚାସ୍ । 4 ମର୍ ତଃୟ୍ ରିଆ, ତଃବେ ମୁୟ୍ ତୁମାର୍ ତଃୟ୍ ରଃୟ୍ନ୍ଦ୍ । କଃନ୍ଦା ଜଃନ୍କଃରି ଅଙ୍ଗୁର୍ ମାଳେ ନଃରିଲେକ୍ ନିଜେ ହଃଳ୍ ହଃଳୁ ନାହାରେ, ସେହର୍ ତୁମିମଃନ୍ ହେଁ ମର୍ ତଃୟ୍ ନଃରିଲେକ୍ ହଃଳ୍ ହଃଳୁ ନଃହାରାସ୍ ।
5 ମୁୟ୍ ଅଙ୍ଗୁର୍ ମାଳ୍, ଆର୍ ତୁମିମଃନ୍ କଃନ୍ଦା, ଜେ ମର୍ତଃୟ୍ ରଃୟ୍ଦ୍ ଆର୍ ମୁୟ୍ ଜାର୍ତଃୟ୍ ରଃୟ୍ନ୍ଦ୍, ସେ ଜଃବର୍ ହଃଳ୍ ହଃଳେଦ୍; ବଃଲେକ୍ ମୁୟ୍ ନୟ୍ଲେକ୍ ତୁମିମଃନ୍ କାୟିରି କଃରୁ ନଃହାରାସ୍ । 6 କେଏ ଜଃବେ ମର୍ତଃୟ୍ ନଃରେୟ୍, ତଃବେ ତାକ୍ ଗଟେକ୍ କାଟ୍ଲା କଃନ୍ଦା ହର୍ ହଃଦାୟି ହଃକାଅୟ୍ଦ୍ ଆର୍ ସେରି ସୁକିଜାୟ୍ଦ୍; ଇରଃକମ୍ କଃନ୍ଦାମଃନ୍କ୍ ଲକ୍ମଃନ୍ ଗଟ୍ଟାଣେ ରୁଣ୍ଡାୟ୍ କଃରି ଜୟେ ହଃକାଉତି ଆର୍ ସେରିମଃନ୍ ହଡିଜାୟ୍ଦ୍ । 7 ଜଦି ତୁମିମଃନ୍ ମର୍ତଃୟ୍ ରିଆସ୍, ଆର୍ ମର୍ କଃତା ତୁମାର୍ ତଃୟ୍ ରଃୟ୍ଦ୍, ତଃବେ ତୁମିମଃନ୍ ଜାୟ୍ରି ମଃନ୍କଃରି ମାଗାସ୍, ସେରି ହାଉଆସ୍ । 8 ତୁମିମଃନ୍ ଜଃବର୍ ହଃଳ୍ ହଃଳ୍ଲେକ୍ ମର୍ ଉବା ଜଃଜ୍ମାନ୍ ହାୟ୍ଦ୍, ଆର୍ ତୁମିମଃନ୍ ମର୍ ନିଜାର୍ ଚେଲା ଅଃଉଆସ୍ ।