11 ମୁୟ୍ ଆରେକ୍ ଇ ଜଃଗତେ ନଃରେୟ୍ଁ, ମଃତର୍ ଇମଃନ୍ ଜଃଗତେ ରେଉଁଲାୟ୍; ଆରେକ୍, ମୁୟ୍ ତର୍ ଲଃଗେ ଜଃଉଁଲେ । ପବିତ୍ର ଉବା, ତୁୟ୍ ମକ୍ ଦିଲା ନାଉଁଆର୍ ସଃକ୍ତିୟେ ସେମଃନ୍କେ ବଚାଉ; ଜଃନ୍କଃରି ଅଃମିମଃନ୍ ଗଟେକ୍, ସେମଃନ୍ ସେବାନ୍ୟା ଗଟେକ୍ ଅଃଉଁକେ ଉହ୍କାର୍ କଃର୍ । 12 ୧୭:୧୨ ଜହ ୧୩:୧୮.ସେମଃନାର୍ ସଃଙ୍ଗ୍ ରେତି ରିଲାବଃଳ୍ ମୁୟ୍ ସେମଃନ୍କେ ତର୍ ନାଉଁଆର୍ ସଃକ୍ତିୟେ ବାଚାୟ୍ ଆସିଆଚି, ଜୁୟି ନାଉ ତୁୟ୍ ମକ୍ ଦଃୟ୍ଆଚ୍ସି; ଆର୍ ମୁୟ୍ ସେମଃନ୍କେ ଜଃଗ୍ରାତ୍ କଃରି ବାଚାୟ୍ ଆଚି ଆର୍ ଦଃର୍ମ୍ ସାସ୍ତର୍ ତଃୟ୍ର୍ ବଃଚନ୍ ଜଃନ୍କଃରି ହୁରୁଣ୍ ଅୟ୍ଦ୍, ଇତାର୍ ଗିନେ ଜୁୟି ଲକ୍ ନଃସ୍ଟ୍ ଅଃଉଁକେ ରିଲି ସେ ହଃକା ନଃସ୍ଟ୍ ଅୟ୍ଲା ଆଚେ ଆର୍ ସେମଃନାର୍ ବିତ୍ରେ ଗଟେକ୍ ହେଁ ନଃସ୍ଟ୍ ନଃଉତି ।