23 ସଃଇନ୍ମଃନ୍ ଜିସୁକେ କ୍ରୁସ୍ ଉହ୍ରେ ଚଃଗାୟ୍ଲା ହଃଚେ ଚାରି ଗଟ୍ ସଃଇନ୍ ତାର୍ ବଃସ୍ତର୍ ଚାରି ବାଗ୍ କଃରି ବାଟାକଃରି ନିଲାୟ୍, ହଃତି ସଃଇନ୍ମଃନାର୍ ଗିନେ ଗଟେକ୍ ଗଟେକ୍ ବାଗ୍, ଆର୍ ସେମଃନ୍ ତାର୍ ଆଙ୍ଗିକ୍ ହେଁ ନିଲାୟ୍ । ମଃତର୍ ତାର୍ ଉହ୍ରେ ହିନ୍ଦ୍ଲା ଆଙ୍ଗି ସିଲାୟ୍ ନାୟ୍ ଉହ୍ରେ ହୁଣି ତଃଳେ ହଃତେକ୍ ସଃବୁ ବୁଣା ଅୟ୍ରିଲି । 24 ତଃବେ ସଃଇନ୍ମଃନ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ଲାୟ୍, "ଇତାକ୍ ଚିରୁ ନଃଚୁଆଁ, ମଃତର୍ ଇରି କାର୍ ଅୟ୍ଦ୍, ସେତାର୍ ଗିନେ କେଳି ବାଚୁଆଁ ।" ଜଃନ୍କଃରି ଦଃର୍ମ୍ ସାସ୍ତର୍ ତଃୟ୍ର୍ ଇ ବଃଚନ୍ ହୁରୁଣ୍ ଅୟ୍ଦ୍,
"ସେମଃନ୍ ଅଃହ୍ଣା ଅଃହ୍ଣାର୍ ବିତ୍ରେ ମର୍ ବଃସ୍ତର୍ ବାଟା କଃଲାୟି,
ଆରେକ୍ ମର୍ ଆଙ୍ଗିର୍ ଗିନେ କେଳି ବାଚ୍ଲାୟ୍ ।"
ତଃବେ ସଃଇନ୍ମଃନ୍ ଇ ସଃବୁ କଃଲାୟି ।
25 ମଃତର୍ ଜିସୁ କ୍ରୁସ୍ ଲଃଗେ ତାର୍ ଆୟ୍ସି, ତାର୍ ଆୟ୍ସିର୍ ବେଣ୍ସି, କ୍ଲପାର୍ ଡକୁର୍ସି ମରିୟମ୍ ଆର୍ ମଗ୍ଦଲିନି ମରିୟମ୍ ଟିଆ ଅୟ୍ରିଲାୟ୍ । 26 ଜିସୁ ତାର୍ ଆୟ୍ସି ଆର୍ ଜୁୟି ଚେଲାମଃନ୍କେ ଲାଡ୍ କଃର୍ତିରିଲା, ସେମଃନ୍କେ ଲଃଗେ ଟିଆ ଅୟ୍ରିଲାର୍ ଦଃକି ଆୟ୍ସିକ୍ କୟ୍ଲା, "ଏ ଆୟା, ଦଃକ୍, ତର୍ ହୟ୍ଦି ।"
27 ସେଦାହ୍ରେ ସେ ଚେଲାକେ କୟ୍ଲା, "ଦଃକା, ତର୍ ଆୟ୍ଦି !" ଆର୍ ସେଦାହ୍ରେ ହୁଣି ସେ ଚେଲା ଜିସୁର୍ ଆୟ୍ସିକ୍ ଅଃହ୍ଣାର୍ ଗଃରେ ନିଲା ।