39 ୧୯:୩୯ ଜହ ୩:୧,୨.ଜୁୟି ନିକଦିମ ହଃର୍ତୁମ୍ ରାତି ବଃଳ୍ୟା ଜିସୁର୍ ଲଃଗେ ଆସିରିଲା, ସେ ହେଁ ହଃକାହାକି ପଚାସ୍ ସେର୍ ବାସ୍ନା ଚିକଣ୍ ମିସ୍ଲା ଦୁହ୍ଣି ଦଃରି ଆୟ୍ଲା । 40 ସେମଃନ୍ ଜିସୁର୍ ଗଃଗାଳ୍ ନଃୟ୍ ଜିଉଦିମଃନାର୍ ମଃସ୍ଣେ ତହ୍ତା ରିତି ହଃର୍କାରେ ସେରି ବାସ୍ନା ଚିକଣ୍ ହାଦ୍ଳାୟ୍ ତାକ୍ ଦବ୍ ମଃସ୍ଣି ହଃଚ୍ୟା ଗୁଳ୍ୟାୟ୍ଲାୟ୍ ।