4 ପିଲାତ ଆରେକ୍ ଗଟ୍ତର୍ ହଃଦାୟି ବାରାୟ୍ ଲକ୍ମଃନ୍କେ କୟ୍ଲା, "ଦଃକା, ମୁୟ୍ ତାକ୍ ତୁମିମଃନାର୍ ଲଃଗେ ବାର କଃରି ଆଣୁଲେ । ଇରି ତୁମିମଃନ୍ ନିଜେ ଜାଣାସ୍ ଜେ, ତାକ୍ ଦସି କଃରୁକେ ମୁୟ୍ ତାର୍ ଲଃଗେ କାୟି ହେଁ ଦଃସ୍ ନଃହାଉଁଲେ ।" 5 ସେତାକ୍ ଜିସୁ ସେ ବେଜା ରଃଙ୍ଗାର୍ ଆଙ୍ଗି ଆର୍ କାଟାର୍ ମୁକୁଟ୍ ହିନ୍ଦି ହଃଦାୟି ଆୟ୍ଲା । ପିଲାତ ଲକ୍ମଃନ୍କେ କୟ୍ଲା, "ଦଃକା, ଇରି ସେ ଲକ୍ ।"
6 ସେତାକ୍ ବଃଡ୍ ଜାଜକ୍ ଆର୍ ମନ୍ଦିର୍ ଜାଗୁଆଳିମଃନ୍ ଜିସୁକେ ଦଃକି ଉଲ୍ଗାଟ୍ ଅୟି କୟ୍ଲାୟ୍, "ତାକ୍ କ୍ରୁସ୍ ଉହ୍ରେ ଚଃଗାଉଆ, କ୍ରୁସେ ଚଃଗାଉଆ ।"
ପିଲାତ ସେମଃନ୍କେ କୟ୍ଲା, "ତୁମିମଃନ୍ ତାକ୍ ନଃୟ୍ କ୍ରୁସେ ଚଃଗାଉଆ, କାୟିତାକ୍ବଃଲେକ୍ ମୁୟ୍ ମଃର୍ନ୍ ଡଃଣ୍ଡ୍ ଦେଉଁକ୍ ତାର୍ ଲଃଗେ କାୟି ହେଁ ଦଃସ୍ ନଃହାୟ୍ ।"