କାନାର୍ ବିବାତଃୟ୍ ଜିସୁ
1 ଦୁୟ୍ଦିନାର୍ ହଃଚେ ଗାଲିଲିର୍ କାନା ନାଉଁଆର୍ ଗଃଳେ ଗଟେକ୍ ବିବା ଅୟ୍ଲି । ଆର୍ ଜିସୁର୍ ଆୟ୍ସି ସେତି ରିଲି; 2 ଜିସୁକେ ଆର୍ ତାର୍ ଚେଲାମଃନ୍କେ ହେଁ ବିବାତଃୟ୍ କୁଦି ରିଲାୟ୍ । 3 ଅଙ୍ଗୁର୍ ରଃସ୍ ସଃର୍ଲାକ୍ ଜିସୁର୍ ଆୟ୍ସି ଜିସୁକେ କୟ୍ଲି, "ସେମଃନାର୍ ଅଙ୍ଗୁର୍ ରଃସ୍ ନାୟ୍ ।"
4 ସେତାକ୍ ଜିସୁ ତାକ୍ କୟ୍ଲା, "ଏଗା ଆୟା, ମକ୍ କାୟିରି କଃରୁକେ ଅୟ୍ଦ୍ ? ଅଃବେ ହଃତେକ୍ ମର୍ ବେଳା ନାସେତା ।"
5 ଜିସୁର୍ ଆୟ୍ସି ସେବାକାରିମଃନ୍କେ କୟ୍ଲି, "ଜିସୁ ତୁମିମଃନ୍କେ ଜାୟ୍ବଃଲି କୟ୍ଦ୍, ସେରି କଃରା ।"
6 ଆର୍ ସେଲଃଗେ ଜିଉଦିମଃନାର୍ ନିର୍ମୁଳ୍ ଅଃଉତା ବିଦି ହଃର୍କାରେ ହଃତି ଗୁନାୟ୍ ହାଁଚ୍କଳି ମୁତା ହାଣି ଦଃର୍ତାର୍ ଚଅଗଟ୍ ଟେଳାୟ୍ ତିଆର୍ ଅୟ୍ଲା ବଃଡ୍ ବଃଡ୍ ହାଣି ଗୁନା ରିଲି । ଗଟେକ୍ ଗଟେକ୍ ହାଣି ଗୁନାୟ୍ ହାଁଚ୍କଳି ମୁତା ହାଣି ଦଃର୍ତିରିଲି ।
7 ଜିସୁ ଦଃଙ୍ଗ୍ଳାମଃନ୍କେ କୟ୍ଲା, "ଇ ଗୁନାୟ୍ମଃନ୍ ହାଣି ବଃର୍ତି କଃରା ।" ସେତାକ୍ ସେମଃନ୍ ହଃତିତଃୟ୍ ଗଃଳା ହଃତେକ୍ ବଃର୍ତି କଃଲାୟି ।
8 ଜିସୁ ସେମଃନ୍କେ କୟ୍ଲା, "ଅଃବେ ଇତିର୍ ହାଣି ଡୁବି ନଃୟ୍କଃରି ବଜିର୍ ବଃଣ୍ଡାର୍ ଗଃରିଆକ୍ ଦିଆସ୍ ।"
ସେତାକ୍ ସେମଃନ୍ ତାର୍ ଲଃଗେ ନିଲାୟ୍ । 9 ବଃଣ୍ଡାର୍ ଗଃରିଆ ସେ ଅଙ୍ଗୁର୍ ରଃସ୍ ଅୟ୍ରିଲା ହାଣିକ୍ ଚାକିକଃରି ସେରି କୁୟ୍ତିହୁଣି ଆୟ୍ଲି, ସେରି ଜାଣୁ ନଃହାର୍ଲା, ମଃତର୍ ଜୁୟ୍ମଃନ୍ ବଃଣ୍ଡାର୍ଗଃରିଆକ୍ ହାଣି ଡୁବି ଦିଲାୟ୍ ସେମଃନ୍ ଜାଣି ରିଲାୟ୍, ସେତାର୍ ଗିନେ ସେ ବଃରକ୍ କୁଦିକଃରି କୟ୍ଲା, 10 "ସଃବୁଲକ୍ ହଃର୍ତୁମ୍ ନିକ ଅଙ୍ଗୁର୍ ରଃସ୍ ଦେତି, ଆର୍ ଲକ୍ମଃନ୍ କାୟ୍କଃରି ମାତ୍ଲା ହଃଚେ ବଃର୍ନ୍ରି ଦେତି; ମଃତର୍ ତୁମି ଅଃବେ ହଃତେକ୍ ନିକ ଅଙ୍ଗୁର୍ ରଃସ୍ ସଃଙ୍ଗାୟ୍ ଆଚାସ୍ ।"
11 ଜିସୁ ଇବାନ୍ୟା ହଃର୍ତୁମେ ଗାଲିଲିର୍ କାନା ଗଃଳେ କାବା ଅଃଉତା ଚିନା ଆରୁମ୍ କଃରି ଅଃହ୍ଣାର୍ ଜଃଜ୍ମାନ୍ ଦଃକାୟ୍ଲା, ଆର୍ ତାର୍ ଚେଲାମଃନ୍ ତାର୍ତଃୟ୍ ବିସ୍ୱାସ୍ କଃଲାୟି ।