ଜିସୁ ତାର୍ ଚେଲାମଃନ୍କେ ଦଃକାୟ୍ ଅୟ୍ଲା
19 ସେଦିନ୍, ବଃଲେକ୍, ରୟ୍ବାର୍ ଦିନ୍ ସଃଞ୍ଜ୍ବେଳ୍ୟା ଜଃଡେବଃଳ୍ ଚେଲାମଃନ୍ ଜୁୟି ଗଃରେ ରିଲାୟ୍, ସେତିର୍ ଜିଉଦି ଅଃଦିକାରି ମଃନ୍କେ ଡିରିକଃରି ଦୁଆର୍ ଡାହି ଅୟି ରେତିରିଲାୟ୍, ସଃଡେବଃଳ୍ ଜିସୁ ଆସି ମଃଜି ଟାଣେ ଟିଆ ଅୟି ସେମଃନ୍କେ କୟ୍ଲା, "ତୁମିମଃନାର୍ ସୁସ୍ତା ଅଃଉଅ ।"