21 ଜିସୁ ତାକ୍ କୟ୍ଲା, "ଏ ଆୟା, ମର୍ କଃତା ସଃତ୍କଃର୍, ଗଟ୍ ଦିନ୍ ଆସେଦ୍, ଲକ୍ମଃନ୍ ଉବାକ୍ ଇ ଡଙ୍ଗ୍ରେ କି ଜିରୁସାଲମେ ସେବା ନଃକେର୍ତି । 22 ତୁମି ସମିରଣିୟ ମଃନ୍ ସଃତ୍କଃରି କାକେ ସେବା କଃରୁଲାସ୍ ନଃଜାଣୁଲାସ୍; ମଃତର୍ ଅଃମି ଜିଉଦିମଃନ୍ କାକେ ସେବା କଃରୁଲୁ ଜାଣୁଲୁ, ବଃଲେକ୍ ମୁକ୍ତି କଃର୍ତାର୍ ଜିଉଦିମଃନାର୍ ତଃୟ୍ହୁଣି ଆସେଦ୍ । 23 ମଃତର୍ ଜୁୟି ଦିନ୍ ସଃତ୍ ସେବାକଃର୍ତା ଲକ୍ମଃନ୍ ଆତ୍ମାୟ୍ ଆର୍ ସଃତ୍ୟା କଃରି ଉବାର୍ ହୁଜା କଃର୍ତି, ସେନ୍କାର୍ ଦିନ୍ ଆସୁଲି, ଆରେକ୍, ଅଃବେ ହେଁ ଆୟ୍ଲିନି, କାୟିତାକ୍ବଃଲେକ୍ ଉବା ଅଃନ୍କାର୍ ହୁଜାକଃର୍ତା ଲକ୍ମଃନ୍କେ ମଃନ୍ କଃରେଦ୍ ।