48 ମୁୟ୍ ଜିବନ୍ ଦେତା କାଦି । 49 ତୁମାର୍ ଦାଦିବାବୁମଃନ୍ ଟଃଙ୍ଗ୍ରାବଃଟାୟ୍ ମାନା କାୟ୍ଲାୟ୍, ଅୟିଲେକ୍ ହେଁ ସେମଃନ୍ ମଃଲାୟ୍ । 50 ମଃତର୍ ଜୁୟି କାଦି ସଃର୍ଗେ ହୁଣି ଆସେଦ୍, ତାକ୍ ଜେ କାୟ୍ଦ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
51 ମୁୟ୍ ସଃର୍ଗେ ହୁଣି ଆୟ୍ଲା ସେ ଜିବନ୍ ଦେତା କାଦି । ଇ କାଦି ଜେ କାୟ୍ଦ୍ ସେ ସଃବୁ ଦିନ୍ ହାୟ୍ଁ ଜିବନ୍ ହାୟ୍ଦ୍ । ମୁୟ୍ ଜୁୟି କାଦି ଦଃୟ୍ନ୍ଦ୍ ସେରି ମର୍ ଗଃଗାଳ୍ । ଜଃଗତ୍କେ ବଚାଉଁକ୍ ମୁୟ୍ ସେରି ଦଃୟ୍ନ୍ଦ୍ ।