5 ତାର୍ ଲଃଗେ ଅଲେକାର୍ ଲକ୍ମଃନ୍କେ ଆସ୍ତାର୍ ଦଃକି ଜିସୁ ପିଲିପ୍କେ ହଃଚାର୍ଲା, "ଅଃତେକ୍ ଲକ୍ମଃନାର୍ କାଉଁକେ କୁୟ୍ତି ହୁଣି କାଦି ଗେନୁଆଁ ?"
6 ମଃତର୍ ପିଲିପକେ କଃଟ୍ହାଳ୍ ବୁଜୁକ୍ ଜିସୁ ଇ କଃତା କୟ୍ରିଲା, କାୟିତାକ୍ବଃଲେକ୍ ଜିସୁ କାୟି କଃରୁକେ ଜାତିରିଲା ସେ ନିଜେ ଜାଣି ରିଲା ।
7 ପିଲିପ୍ ଜିସୁକେ କୟ୍ଲା, "ଇ ସଃବୁ ଲକାର୍ ଗିନେ କଃଣ୍ଡେକ୍ କଃଣ୍ଡେକ୍ ଦେଉଁକ୍ ହାଁଚ୍କଳି ରୁହା ଟଃକାର୍୬:୭ ଗଟେକ୍ ରୁହା ଟଃକା ଗଟେକ୍ ଲକାର୍ ଗଟ୍ ଦିନାର୍ କୁଲି ଡାବୁ । ରୁଟି ହେଁ ନଃକେଟେ ।"