57 ଜିବନାର୍ ଉବା ମକେ ହଃଟାୟ୍ ଆଚେ, ଆର୍ ତାର୍ ଗିନେ ମୁୟ୍ ହେଁ ଜିବନ୍ ଆଚି, ସେବାନ୍ୟା ଜେ ମର୍ ମାସ୍ କାୟ୍ଦ୍, ମର୍ ଗିନେ ସେ ହେଁ ଜିବନ୍ ରଃୟ୍ଦ୍ । 58 ଜୁୟି କାଦି ସଃର୍ଗେ ହୁଣି ଆସି ଆଚେ, ସେରି ଇ କାଦି । ତୁମାର୍ ଦାଦିବାବୁମଃନ୍ ଜଃନ୍କଃରି ସେ କାଦି କାୟ୍କଃରି ମଃଲାୟ୍, ଇରି ସେନ୍କାର୍ ନାୟ୍; ଜେ ଇ କାଦି କାୟ୍ଦ୍, ଅଃମ୍ବର୍ ଜିବନ୍ ହାୟ୍ଁ ବାଚି ରଃୟ୍ଦ୍ ।"