66 ଇ କଃତା ସୁଣି ସଃଡେବଃଳ୍ ହୁଣି ଜିସୁର୍ ଚେଲାମଃନାର୍ ବିତ୍ରେ କଃତେକ୍ ତାର୍ ସଃଙ୍ଗ୍ ଜଃଉଁକେ ମଃନ୍ ନଃକେରି ବାଉଳି ଗଃଳାୟ୍ । 67 ସେତାକ୍ ଇରି ଦଃକି ଜିସୁ ତାର୍ ବାର ଗଟ୍ ଚେଲାମଃନ୍କେ ହଃଚାର୍ଲା, "ତୁମିମଃନ୍ ହେଁ କି ମକେ ଚାଡି ଜଃଉଁକେ ମଃନ୍ କଃରୁଲାସ୍ ?"
68 ୬:୬୮ ମାତି ୧୬:୧୬; ମାର୍କ ୮:୨୯; ଲୁକ ୯:୨୦. ସିମନ୍ ପିତର୍ ଜିସୁକେ କୟ୍ଲା, "ମାପୁର୍, ଅଃମି ଆର୍ କାର୍ ଲଃଗେ ଜଃଉଁନ୍ଦ୍ ? ତର୍ ତଃୟ୍ ତ ଅଃମ୍ବର୍ ଜିବନାର୍ କଃତାଆଚେ । 69 ତୁୟ୍ ତ ଇସ୍ୱର୍ ତଃୟ୍ହୁଣି ଆୟ୍ଲା ପବିତ୍ର ମାନାୟ୍, ଇ କଃତା ଅଃମି ଅଃବେ ସଃତ୍କଃରି ଆଚୁ ।"