3 ସେତାକ୍ ଜିସୁର୍ ବାୟ୍ମଃନ୍ ତାକ୍ କୟ୍ଲାୟ୍, "ଇ ଜଃଗା ଚାଡି ଜିଉଦା ଦେସେ ଜାଆ, ତୁୟ୍ କଃର୍ତା କାମ୍ ସଃବୁ ସେତି ତର୍ ଲଃଗେ ଆସ୍ତା ଚେଲାମଃନ୍ ଦଃକତ୍ । 4 ବଃଲେକ୍ କେଏ ନିଜ୍କେ ଜାଣାୟି ଅଃଉଁକେ ମଃନ୍ କଃଲେକ୍, ସେ ଅଃହ୍ଣାର୍ କାମ୍ ଲୁକାୟ୍କଃରି ନଃକେରେ, ତୁୟ୍ ଜଃଡେବଃଳ୍ ଇ ସଃବୁ କାମ୍ କଃରୁଲିସ୍, ତଃବେ ଜଃଗତାର୍ ସଃବୁ ତକେ ଜାଣତ୍ ।" 5 ବଃଲେକ୍ ତାର୍ ବାୟ୍ମଃନ୍ ହେଁ ତାକେ ବିସ୍ୱାସ୍ ନଃକେର୍ତିରିଲାୟ୍ ।