ଜିସୁ ଗଟେକ୍ ଜଃଲମ୍ କାଣାକେ ଆକି ଡିସାୟ୍ଲା
1 ଗଟ୍ ଦିନ୍ ଜିସୁ ଜାତାବଃଳ୍ ବାଟେ ଗଟେକ୍ ଜଃଲମ୍ କାଣାକେ ଦଃକ୍ଲା । 2 ଚେଲାମଃନ୍ ଜିସୁକେ ହଃଚାର୍ଲାୟ୍, "ଏ ଗୁରୁ, କାର୍ ହାହ୍ ଗିନେ ଇ ଲକ୍ କାଣା ଅୟି ଜଃଲମ୍ ଅୟ୍ଲା, ତାର୍ ନିଜାର୍ କି ତାର୍ ଆୟ୍ସି ଉବାସିର୍ ହାହାର୍ ଗିନେ ?"
3 ଜିସୁ କୟ୍ଲା, "ଏ କି ତାର୍ ଉବାସି ଆୟ୍ସି ହାହ୍ ନଃକେର୍ତି, ମଃତର୍ ଇସ୍ୱରାର୍ ସଃକ୍ତି ଜଃନ୍କଃରି ଆର୍ ତଃୟ୍ ଜାଣା ହଃଳେଦ୍, ଇତାର୍ ଗିନେ ସେ କାଣା ଅୟି ଜଃଲମ୍ ଅୟ୍ଲା ଆଚେ । 4 ଦିନ୍ ବଃଳାର୍ ଉଜାଳ୍ ରେଉଁ ରେଉଁ ମର୍ ହଃଟାୟ୍ଲା ଉବାର୍ କାମ୍ ଅଃମିକ୍ କଃରୁକେ ହଃଳେଦ୍ । ରାତି ଆସୁଲି, ସଃଡେବଃଳ୍ କେଏ କାମ୍ କଃରୁ ନଃହାର୍ତି । 5 ୯:୫ ମାତି ୫:୧୪; ଜହ ୮:୧୨.ଇ ଜଃଗତେ ରେତା ହଃତେକ୍ ମୁୟ୍ ଜଃଗତାର୍ ଉଜାଳ୍ ।"
6 ଇରି କୟ୍ଲା ହଃଚେ, ଜିସୁ ମାଟାୟ୍ ଲାଳ୍ ତୁକି ସେ ଲାଳେ କଃଣ୍ଡେକ୍ କାଦ କଃଲା ଆର୍ ସେରି ନଃୟ୍ ସେ କାଣାର୍ ଦୁୟ୍ ଅଃକାୟ୍ ଲାଗାୟ୍ ତାକ୍ କୟ୍ଲା, 7 "ଜାଆ, ସିଲଅ ବଃନ୍ଦେ ମୁଉଁ ଦଃୟି ଆଉ ।" ସିଲଅ ବଃଲେକ୍ ପେରିତ । ସେ ଲକ୍ ଜାୟ୍ ମୁଉଁ ଦୟ୍ଲା ଆର୍ ସେ ଦଃକୁକ୍ ହାର୍ଲା ଆର୍ ଗଃଲା ।