ଜିସୁ ସଃର୍ଦା ଅୟ୍ଲା
21 ସଃଡେବଃଳ୍ ଜିସୁ ପବିତ୍ର ଆତ୍ମାର୍ ସଃକ୍ତିୟେ ସଃର୍ଦା ଅୟି କୟ୍ଲା, "ଉବା, ସଃର୍ଗ୍ ଆର୍ ହୁର୍ତିବିର୍ ମାପୁର୍, ତୁୟ୍ ଗିଆନି ଆର୍ ବୁଦିଗିଆନ୍ ଲକ୍ ତଃୟ୍ହୁଣି ଇ ସଃବୁ କଃତା ଲୁକାୟ୍ କଃରି ସାନ୍ ହିଲାମଃନାର୍ ଟାଣେ ଜାଣାୟ୍ଲିସ୍, ଇତାର୍ ଗିନେ ତର୍ ଗୁଣ୍ କଃଉଁଲେ । ହିଁ ଉବା, କାୟିତାକ୍ବଃଲେକ୍ ଇରି ହଃକା ତର୍ ଆକାୟ୍ ବଃଡ୍ ସଃର୍ଦାର୍ କଃତା ଅୟ୍ଲି ।"