ଜିସୁ ଗଟେକ୍ ରଗିକ୍ ନିକ କଃଲା
1 ଗଟ୍ତର୍ ଜିସୁ ବିସାଉଁଣିବାର୍ ଦିନ୍, ପାରୁସିମଃନାର୍ ଗଟେକ୍ ମୁଳିକାର୍ ଗଃରେ ବଜି କାଉଁକେ ଗଃଲା, ଲକ୍ମଃନ୍ ଜିସୁକେ ଦଃକି ଲାଗ୍ଲାୟ୍ । 2 ଆର୍ ଦଃକା, ସେତି ଜିସୁର୍ ମୁଏଁ ହୁଲା ବେମାରେ ହଃଳି ରିଲା ଗଟେକ୍ ଲକ୍ ରିଲା । 3 ଜିସୁ ପାରୁସି ଆର୍ ଦଃର୍ମ୍ସାସ୍ତ୍ରିମଃନ୍କେ ହଃଚାର୍ଲା "ବିସାଉଁଣିବାରେ ରଗିକ୍ ଉଜ୍ କଃରୁକେ ବିଦି ଆଚେ କି ନାୟ୍ ?" ମଃତର୍ ସେମଃନ୍ ଚିମ୍ରା ଅୟ୍ରିଲାୟ୍ ।
4 ଆରେକ୍ ଜିସୁ ତାକ୍ ଚୁୟ୍କଃରି ଉଜ୍ କଃଲା, ଆର୍ ତାର୍ ଗଃରେ ହଃଟାୟ୍ ଦିଲା ।