ଆଜ୍ଲା ହିଲା
11 ଜିସୁ ଆରେକ୍ କୟ୍ଲା, "ଗଟ୍ ଲକାର୍ ଜୁଳେକ୍ ହୟିସି ରିଲାୟ୍ । 12 ସାନ୍ ହୟିସି ଉବାସିକ୍ କୟ୍ଲା, ‘ଉବା, ମର୍ ବାଗାର୍ ଦଃନ୍ବିତ୍ ଅଃବେ ମକ୍ ଦେ ।’ ତଃବେ ତାର୍ ଉବାସି ତାର୍ ଦଃନ୍ବିତ୍କେ ସଃର୍ନେ ଦୁୟ୍ ବାୟ୍କ୍ ବାଟାକଃରି ଦିଲା । 13 ଅଃଳକ୍ ଦିନ୍ ଗଃଲାହଃଚେ ସାନ୍ ହୟିସି ତାର୍ ବାଗାର୍ ଦଃନ୍ବିତ୍କେ ଗଟେତଃୟ୍ କଃରି ଦୁର୍ ଦେସେ ଗଃଲା, ଆର୍ ସେତି ଜାୟ୍ ହଲ୍ୟାହଲ୍ୟା ଅଃହ୍ଣାର୍ ଜିବନ୍ କାଟି ସଃର୍ନେ ଦଃନ୍ବିତ୍ ବୁଡାୟ୍ଲା । 14 ମଃତର୍ ସଃବୁ ଦଃନ୍ ବୁଡାୟ୍ଲା ହଃଚେ, ସେ ଦେସେ କଃତାର୍ ଅୟ୍ଲାକ୍, ତାର୍ ଅକେଟ୍ ଅଃଉଁକେ ଦଃର୍ଲି । 15 ସେତାର୍ଗିନେ ସେ ଜାୟ୍ ସେ ଦେସାର୍ ଗଟେ ଲକାର୍ ତଃୟ୍ ଜାୟ୍ ଗତି କଃଟ୍ଲା ଆର୍ ସେ ଲକ୍ ତାକ୍ ଗୁସ୍ରା ଚଃରାଉଁକେ ତାର୍ ହଃଦାୟି ହଃଟାୟ୍ଲା; 16 ଆରେକ୍ ଗୁସ୍ରାମଃନ୍ ଜୁୟି ଚେମି କାତି ରିଲାୟ୍, ସେ କାଦି କାୟ୍କଃରି ସେ ତାର୍ ହେଟ୍ ହୁରାଉଁକେ ମଃନ୍ କଃର୍ତିରିଲା, ମଃତର୍ କେଏ ତାକ୍ କାୟିରି ହେଁ ନଃଦେତିରିଲାୟ୍ । 17 ମଃତର୍ ସେ ଚେତ୍ନା ହାୟ୍ଁ କୟ୍ଲା, ‘ମର୍ ଉବାର୍ ଗଃରେ କଃବାଳିମଃନାର୍ କାଦି ଅଃଗ୍ଳି ଜଃଉଁଲି, ମଃତର୍ ମୁୟ୍ଁ ଇତି ରଃୟ୍ କଃରି ବୁକେ ମଃରୁଲେ । 18 ଅଃବେ ମୁୟ୍ଁ ଉଟି ମର୍ ଉବାର୍ ହାକ୍ ଜାୟ୍ନ୍ଦ୍ ଆର୍ ତାକ୍ କୟ୍ଦ୍, ଉବା, ସଃର୍ଗାର୍ ମାପୁରାର୍ ବିରୁଦେ ଆର୍ ତର୍ ବିରୁଦେ ମୁଁୟ୍ ହାହ୍ କଃଲେ ଆଚି । 19 ଆଜିହୁଣି ମୁୟ୍ଁ ତର୍ ହୟ୍ଦି ବଃଲାୟ୍ ଅଃଉଁକେ ମର୍ ଆରେକ୍ ଜୟ୍ଗ୍ ନାୟ୍, ମଃତର୍ ଅଃବେ ମକ୍ ତର୍ ଗଟେକ୍ ଗତିକଃବାଳି ହର୍ କଃରି ଦଃର୍ ।’ 20 ସେ ଉଟି ତାର୍ ଉବାସିର୍ ହାକ୍ ଗଃଲା, ମଃତର୍ ସେ ଦୁରିକ୍ ରିଲା ବଃଳ୍ ତାର୍ ଉବାସି ତାକ୍ ଦଃକି ଦଃୟା ଦଃକାୟ୍ଲା, ଆର୍ ଦଃବ୍ଳିଜାୟ୍ ତାକେ ହଃଟଳି କଃରି ଲଃବଦେ ଚୁମ୍ଲା । 21 ହୟିସି ତାକ୍ କୟ୍ଲା, ‘ଉବା, ସଃର୍ଗାର୍ ମାପୁରାର୍ ବିରୁଦେ ଆର୍ ତର୍ ବିରୁଦେ ମୁୟ୍ଁ ହାହ୍ କଃରିଆଚି, ଅଃବେ ଆର୍ ତର୍ ହଅ ବଃଲି କଃଉଆୟ୍ ଅଃଉତାର୍ ମୁଁୟ୍ ଜୟ୍ଗ୍ ନାୟ୍ ।’ 22 ମଃତର୍ ଉବାସି ତାର୍ ଗତିଦଃଙ୍ଗ୍ଳାମଃନ୍କ୍ କୟ୍ଲା, ସଃବ୍କେ ନିକ ବଃସ୍ତର୍ ବେଗି ଆଣି ଆକ୍ ହିନ୍ଦାଉଆ, ତାର୍ ଆତେ ହାଜେର୍ ଆର୍ ତାର୍ ହାଦେ ହାଣ୍ଡାୟ୍ ହିନ୍ଦାଉଆ । 23 ଆରେକ୍ ଗଟେକ୍ ଦୁମା ମେଣ୍ଡା ମାରା; ଆସା ଅଃମିମଃନ୍ ବଜି କଃରି ସଃର୍ଦା କଃରୁଆଁ । 24 ବଃଲେକ୍ ମର୍ ଇ ହଅ ମଃରି ଜାୟ୍ରିଲା ଆରେକ୍ ବାଚ୍ଲା; ଆଜିରିଲା, ଆରେକ୍ ମିଳ୍ଲା । ତଃବେ ସେମଃନ୍ ସଃର୍ଦା କଃରୁକେ ଦଃର୍ଲାୟ୍ ।"
25 "ସଃଡେବଃଳ୍ ତାର୍ ବଃଡ୍ ହୟିସି ହଃଦାୟି ରିଲା । ସେ ଜଃଡେବଃଳ୍ ଆସି ଗଃର୍ ଚଃମେ ହଚ୍ଲା, ସଃଡେବଃଳ୍ ବାଜା ବାଜ୍ତାର୍ ଆର୍ ନାଚ୍ତାର୍ ଆଉଲି ସୁଣିକଃରି, 26 ସେ ଦଃଙ୍ଗ୍ଳାମଃନାର୍ ବିତ୍ରେ ଗଟ୍ଲକେ କୁଦିକଃରି ଇ ସଃବୁ କାୟିରି ଅଃଉଁଲି ବଃଲି ତାକ୍ ହଃଚାର୍ଲା । 27 ସେ ଦଃଙ୍ଗ୍ଳା ତାକ୍ କୟ୍ଲା, ତର୍ ବାୟ୍ଦି ଗଃରେ ବାଉଳି ଆସିଆଚେ, ଆର୍ ତର୍ ଉବାଦି ତାକ୍ ନିକ ଗଃଗାଳେ ହାୟ୍ଲାକ୍ ଦୁମା ମେଣ୍ଡା ମାରିଆଚେ ।"
28 "ସେତାର୍ଗିନେ ସେ ରିସା ଅୟ୍କଃରି ଗଃରେ ଜଃଉଁକେ ମଃନ୍ ନଃକେଲା; ମଃତର୍ ତାର୍ ଉବାସି ଆସିକଃରି ତାକ୍ କଃତେକ୍ ଗଃଉଆରି କଃରୁକେ ଦଃର୍ଲା । 29 ମଃତର୍ ସେ ଉବାସିକ୍ କୟ୍ଲା, ଦଃକ୍, ଅଃତେକ୍ ବଃର୍ସ୍ ଅୟ୍ଲି ମୁୟ୍ଁ ତର୍ ଗଟ୍ ଦଃଙ୍ଗ୍ଳା ହର୍ କଃରି ସେବା କଃରିଆସୁଲେ, ଆର୍ କଃବେ ହେଁ ମୁୟ୍ଁ ତର୍ ଆଦେସ୍ ଅଃମାନ୍ୟା ନଃକେରି, ଅୟିଲେକ୍ ହେଁ ମର୍ ସଃଙ୍ଗ୍ମଃନାର୍ ସଃଙ୍ଗ୍ ମିସିକଃରି ବଜି କଃରୁକେ ତୁୟ୍ ମକ୍ କଃବେ ମେଣ୍ଡାହିଲା ହେଁ ନଃଦେସି; 30 ମଃତର୍ ତର୍ ଇ ଜୁୟି ହୟ୍ଦି ଦାରିୟାଣିମଃନାର୍ ସଃଙ୍ଗ୍ ତର୍ ଦଃନ୍ବିତ୍ ବୁଡାୟ୍ଲା ଆର୍ ଜଃଡେବଃଳ୍ ସେ ବାଉଳି ଆୟ୍ଲା, ସଃଡେବଃଳ୍ ତୁୟ୍ ତାର୍ ଗିନେ ଗଟ୍ ଦୁମା ମେଣ୍ଡା ମାର୍ଲିସ୍ । 31 ତଃବେ ତାର୍ ଉବାସି ତାକେ କୟ୍ଲା, ହଅରେ ତୁୟ୍ ତ ସଃବୁବଃଳ୍ ମର୍ ସଃଙ୍ଗ୍ ଆଚ୍ସି, ଆର୍ ଜୁୟ୍ସଃବୁ ମର୍ ସେରି ସଃବୁ ତର୍; 32 ମଃତର୍ ଇ ଜୁୟି ତର୍ ବାୟ୍ଦି ମଃରି ଜାୟ୍ରିଲା ଆରେକ୍ ବଚ୍ଲା, ଆଜିରିଲା ଆରେକ୍ ମିଳ୍ଲା, ସେତାର୍ ଗିନେ ବଜି ଆର୍ ସଃର୍ଦା କଃର୍ତାର୍ ରିଲି ।"