20 ସେ ଉଟି ତାର୍ ଉବାସିର୍ ହାକ୍ ଗଃଲା, ମଃତର୍ ସେ ଦୁରିକ୍ ରିଲା ବଃଳ୍ ତାର୍ ଉବାସି ତାକ୍ ଦଃକି ଦଃୟା ଦଃକାୟ୍ଲା, ଆର୍ ଦଃବ୍ଳିଜାୟ୍ ତାକେ ହଃଟଳି କଃରି ଲଃବଦେ ଚୁମ୍ଲା । 21 ହୟିସି ତାକ୍ କୟ୍ଲା, ‘ଉବା, ସଃର୍ଗାର୍ ମାପୁରାର୍ ବିରୁଦେ ଆର୍ ତର୍ ବିରୁଦେ ମୁୟ୍ଁ ହାହ୍ କଃରିଆଚି, ଅଃବେ ଆର୍ ତର୍ ହଅ ବଃଲି କଃଉଆୟ୍ ଅଃଉତାର୍ ମୁଁୟ୍ ଜୟ୍ଗ୍ ନାୟ୍ ।’ 22 ମଃତର୍ ଉବାସି ତାର୍ ଗତିଦଃଙ୍ଗ୍ଳାମଃନ୍କ୍ କୟ୍ଲା, ସଃବ୍କେ ନିକ ବଃସ୍ତର୍ ବେଗି ଆଣି ଆକ୍ ହିନ୍ଦାଉଆ, ତାର୍ ଆତେ ହାଜେର୍ ଆର୍ ତାର୍ ହାଦେ ହାଣ୍ଡାୟ୍ ହିନ୍ଦାଉଆ । 23 ଆରେକ୍ ଗଟେକ୍ ଦୁମା ମେଣ୍ଡା ମାରା; ଆସା ଅଃମିମଃନ୍ ବଜି କଃରି ସଃର୍ଦା କଃରୁଆଁ ।
Publicidade
Publicidade