14 ଆରେକ୍ ଜିସୁ ସେମଃନ୍କେ ଦଃକି କଃରି କୟ୍ଲା, "ତୁମିମଃନ୍ ଜାୟ୍ ନିଜ୍ ନିଜ୍କେ ଜାଜକ୍ମଃନ୍କେ ଦଃକାଉଆ ।" ଆର୍ ସେମଃନ୍ ଜଃଉଁ ଜଃଉଁ ବାଟେ ଉଜ୍ ଅୟ୍ଲାୟ୍ ।
15 ମଃତର୍ ସେମଃନାର୍ ବିତ୍ରେ ଗଟେକ୍ ଲକ୍ ମୁୟ୍ଁ ନିକଅୟ୍ ଆଚି ବଃଲି ଜାଣି କଃରି ବଃଡ୍ ଟଣ୍ଡେ ଇସ୍ୱରାର୍ ଗୁଣ୍ଗାୟ୍ କଃରି ଜିସୁର୍ ଲଃଗେ ବାଉଳି ଆସି, 16 ସେ ଜିସୁର୍ ଗଃଳ୍ ତଃଳେ ଡୁଳି ତାର୍ ଗୁଣ୍ କଃଉଁକେ ଦଃର୍ଲା, ସେ ଗଟେକ୍ ସମିରଣିୟ ଲକ୍ ରିଲା । 17 ସେତାର୍ଗିନେ ଜିସୁ ତାକ୍ କୟ୍ଲା, "ଦଃସ୍ଲକ୍ କାୟିରି ଉଜ୍ ନଃଉତି ? ତଃବେ ଆରେକ୍ ନଅଲକ୍ କଃୟ୍ଗଃଲାୟ୍ ? 18 ଇସ୍ୱରାର୍ ଜଃଜ୍ମାନ୍ କଃଉଁକେ ଇ ଅଜିଉଦି ଲକ୍କେ ଚାଡି କଃରି କାୟିରି ଆରେକ୍ କେହେଁ ବାଉଳି ନାୟ୍ଲାୟ୍ ?" 19 ଜିସୁ ତାକ୍ କୟ୍ଲା, "ଉଟିକଃରି ଜା ତର୍ ବିସ୍ୱାସ୍ ତକ୍ ଉଜ୍ କଃରିଆଚେ ।"