ଜିସୁ ଆର୍ ଜକିୟ
1 ହଃଚେ ଜିସୁ ଜିରିହ ଜାୟ୍ ସେବାଟ୍ୟା ଅୟି ଜାତିରିଲା, 2 ଆର୍ ଦଃକା, ଜକିୟ ନାଉଁଆର୍ ଗଟ୍ ମାନାୟ୍ ରିଲା, ସେ ଗଟ୍ ମୁଳିକା ରିବ୍ନି ଆର୍ ମାଜନ୍ ଲକ୍ ରିଲା । 3 ଜିସୁ କେଏ ବଃଲି ସେରି ଦଃକୁକ୍ ସେ ଉପାୟ୍ କଃର୍ତିରିଲା, ମଃତର୍ ଲକ୍ମଃନ୍ଦା ବିତ୍ରେ ଦଃକୁ ନଃହାର୍ତିରିଲା, ବଃଲେକ୍ ସେ ବୁଟ୍କା ରିଲା । 4 ସେତାକ୍ ସେ ଲକ୍ମଃନାର୍ ଆଗେ ଦଃବ୍ଳି ଜାୟ୍ ଜିସୁକେ ଦଃକୁକ୍ ଗଟ୍ ଡୁମ୍ବୁର୍ ଗଃଚେ ଚଃଗ୍ଲା, କାୟିତାକ୍ବଃଲେକ୍ ସେ ବାଟ ଅୟି ଜିସୁ ଜାତାର୍ ରିଲି । 5 ଜିସୁ ସେତି ଆସି ଉହ୍ରେ ଦଃକି ତାକେ କୟ୍ଲା, "ଜକିୟ, ବେଗି ଉତ୍ରି ଆଉ ଆଜି ମକ୍ ବାୟ୍ଦ୍ରେ ତର୍ ଗଃରେ ରେଉଁକ୍ ହଃଳେଦ୍ ।"
6 ସେତାକ୍ ସେ ସେଦାହ୍ରେ ଉତ୍ରି ଆସି ସଃର୍ଦାୟ୍ ତାକ୍ ଗଃରେ କୁଦ୍ଲା । 7 ସେରି ଦଃକି ସଃବୁଲକ୍ ଲିନ୍ଦା କଃରି କଃଉଁକେ ଦଃର୍ଲାୟ୍, "ସେ ଗଟ୍ ହାହି ଗଃରେ ରେଉଁକ୍ ଜଃଉଁଲା ।"
8 ମଃତର୍ ଜକିୟ ଉଟିକଃରି ଜିସୁକେ କୟ୍ଲା, "ଏ ମାପୁର୍, ଦଃକ୍, ମର୍ ଆଦ୍ବାଗ୍ ଦଃନ୍ ମୁଁୟ୍ ନୟ୍ଲା ଲକ୍କେ ଦେଉଁଲେ, ଆର୍ ଜଦି ବଃଳ୍ମାଡେ କାର୍ ତଃୟ୍ହୁଣି କାୟିରି ଆଣି ରଃୟ୍ନ୍ଦ୍, ତଃବେ ଚାରି ଗୁଣ୍ ବାଉଳାୟ୍ ଦେଉଁଲେ ।"
9 ସେତାକ୍ ଜିସୁ ତାର୍ କଃତା କୟ୍ଲା, "ଆଜି ଇ ଗଃରେ ମୁକ୍ତି ହଚିଆଚେ, ସେତାକ୍ ଏ ହେଁ ଗଟେକ୍ ଅବ୍ରାହାମାର୍ ହିଲା । 10 ୧୯:୧୦ ମାତି ୧୮:୧୧.କାୟିତାକ୍ବଃଲେକ୍ ଜୁୟ୍ରି ଆଜି ଆଚେ, ସେରି ଲଳି ବଚାଉଁକେ ନଃରାର୍ ହୟିସି ଆସିଆଚେ ।"