ଜିସୁ ଗଃଦ ଉହ୍ରେ ବଃସି ଜିରୁସାଲମେ ଗଃଲା
28 ଇ ସଃବୁ କଃତା କୟ୍ ସଃର୍ଲା ହଃଚେ, ଜିସୁ ଚେଲାମଃନାର୍ ଆଗେ ଆଗେ ବାରାୟ୍ ଜିରୁସାଲମ୍ ବାଟ ଜଃଉଁକେ ଦଃର୍ଲା । 29 ଆର୍ ଜଃଡେବଃଳ୍ ସେ ଜିତ୍ହଃର୍ବାତ୍ ଲଃଗାର୍ ବେତ୍ପାଗି ଆର୍ ବେତାନିଆ ଲଃଗେ ହଚ୍ଲାକେ, ସଃଡେବଃଳ୍ ସେ ଅଃହ୍ଣାର୍ ଚେଲାମଃନାର୍ ବିତ୍ରେ ଦୁୟ୍ ଲକ୍କେ ଇ କଃତା କୟ୍ ହଃଟାୟ୍ଲା, 30 "ତୁମାର୍ ମୁଉଁ ସାମ୍ନାୟ୍ ରିଲା ହୟ୍ ଗାଉଁଏ ଜାହା; ସେତି ହୁର୍ତାବଃଳ୍ ଜାର୍ ଉହ୍ରେ କେଏ ହେଁ କଃବେ ବଃସି ନଃରେୟ୍, ଅଃନ୍କାର୍ ଗଟ୍ ହିଲାଗଃଦକେ ବାନ୍ଦା ଅୟ୍ରିଲାର୍ ଦଃକାସ୍; ତାକେ ମେଲି ଆଣା । 31 ଆର୍ ଜଃବେ କେଏ ତୁମିମଃନ୍କେ କାୟ୍କଃରୁକ୍ ମେଲୁଲାସ୍ ବଃଲି ହଃଚାର୍ଲା, ଆକ୍ ମାପୁରାର୍ ଲଳା ଆଚେ ସେତାର୍ ଗିନେ ବଃଲି କଃଉଆ ।"
32 ସେତାକ୍, ହଃଟାୟ୍ଲା ଚେଲାମଃନ୍ ଜାୟ୍କଃରି, ସେ ସେମଃନ୍କେ ଜଃନ୍କଃରି କୟ୍ରିଲା ସେରଃକମ୍ ଦଃକ୍ଲାୟ୍ । 33 ଆର୍, ସେମଃନ୍ ଗଃଦହିଲାକେ ମେଲ୍ତା ବଃଳ୍ ତାର୍ ସାଉକାର୍ମଃନ୍ ସେମଃନ୍କେ ହଃଚାର୍ଲାୟ୍, "କାୟ୍କଃରୁକ୍ ହିଲାଗଃଦକେ ମେଲୁଲାସ୍ ?"
34 ସେମଃନ୍ କୟ୍ଲାୟ୍, "କାୟିତାକ୍ବଃଲେକ୍ ଆକ୍ ମାପୁରାର୍ ଲଳା ଆଚେ ।" 35 ଆର୍ ସେମଃନ୍ ହିଲାଗଃଦକେ ଜିସୁର୍ ହାକ୍ ଆଣି ତାର୍ ଉହ୍ରେ ଅଃହ୍ଣା ଅଃହ୍ଣାର୍ ବଃସ୍ତର୍ ଅଚାୟ୍ ଜିସୁକେ ବଃସାୟ୍ଲାୟ୍ । 36 ଆର୍ ସେ ଜାତାବଃଳ୍ ଲକ୍ମଃନ୍ ବାଟେ ଅଃହ୍ଣା ଅଃହ୍ଣାର୍ ବଃସ୍ତର୍ ଅଚାୟ୍ ଦେଉଁକେ ଦଃର୍ଲାୟ୍ ।
37 ଆରେକ୍, ଜିସୁ ଜଃଡେବଃଳ୍ ଜିତ୍ ଡଙ୍ଗ୍ରାର୍ କଃଳ୍କି ଲଃଗେ ଅୟ୍ଲା, ସଃଡେବଃଳ୍ ସଃର୍ନେ ଚେଲାମଃନ୍ଦା ଦଃକିରିଲା ସଃବୁ ସଃକ୍ତିର୍ କାମାର୍ ଗିନେ ସଃର୍ଦା ଅୟି ଆଉଲି ଅୟ୍କଃରି ଇସ୍ୱରାର୍ ଗୁଣ୍ କଃଉ କଃଉ କୟ୍ଲାୟ୍, 38 "ମାପୁରାର୍ ନାଉଁଏ ଜୁୟି ରଃଜା ଆସୁଲା, ତାର୍ ବଃଡ୍ ବାୟ୍ଗ୍, ସଃର୍ଗାର୍ ସୁସ୍ତା ଆର୍ ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ ।"
39 ସେତାକ୍ ଲକ୍ମଃନାର୍ ବିତ୍ରେ କଃତିଗଟ୍ ପାରୁସି ତାକେ ଦଃକା ଦିଲାୟ୍, "ଏ ଗୁରୁ, ତର୍ ଚେଲାମଃନ୍କେ ଚିମ୍ରା ଅଃଉଁକେ କଃଉ ।"
40 ଜିସୁ କୟ୍ଲା, "ମୁଁୟ୍ ତୁମିକେ କଃଉଁଲେ, ଏମଃନ୍ ଚିମ୍ରା ଅୟିଲେକ୍ ଟେଳାମଃନ୍ ଆଉଲି ଅଃଉତି ।"