15 ଦୁତ୍ମଃନ୍ ସେମଃନାର୍ ତଃୟ୍ହୁଣି ସଃର୍ଗେ ବାଉଳି ଗଃଲା ହଃଚେ, ମେଣ୍ଡା ଗଃଉଳିଆମଃନ୍ ତାକାର୍ ତାକାର୍ ବିତ୍ରେ କଃତା ଅଃଉଁକେ ଦଃର୍ଲାୟ୍, "ଆସା, ଅଃମିମଃନ୍ ବେତ୍ଲିହିମ୍ ହଃତେକ୍ ଜାୟ୍କଃରି ମାପୁର୍ ଅଃମିମଃନ୍କେ ଇ ଜୁୟି ଗଃଟ୍ଣା ଜାଣାୟ୍ଲା, ସେରି ଦଃକୁଆଁ ।"
16 ଆର୍ ହଃଚେ ସେମଃନ୍ ବେଗି ଜାୟ୍ ଲଳିକଃରି ମରିୟମ୍ ଆର୍ ଜସେପ୍, ଆରେକ୍ ଗାଇଡଙ୍ଗାୟ୍ ହିଲାକ୍ ସଇରିଲାର୍ ଦଃକ୍ଲାୟ୍ । 17 ସେମଃନ୍ ତାକ୍ ଦଃକିକଃରି ସେ ହିଲାର୍ କଃତା ଦୁତ୍ ଜାୟ୍ବଃଲି କୟ୍ରିଲା, ସେ ସଃବୁ ହୁଟାୟ୍କଃରି କୟ୍ଲାୟ୍ । 18 ଆରେକ୍ ଜଃତେକ୍ ଲକ୍ ମେଣ୍ଡା ଗଃଉଳିଆମଃନାର୍ ତଃୟ୍ହୁଣି ସେ ସଃବୁ କଃତା ସୁଣ୍ଲାୟ୍, ସେସଃବୁ ଲକ୍ମଃନ୍ କାବା ଅୟି ଗଃଳାୟ୍ ।