ଜଃଗ୍ରାତ୍ ରେତାର୍ ଲଳା
34 "ତୁମିମଃନ୍ ନିଜାର୍ ନିଜାର୍ ବିସୟେ ଜଃଗ୍ରାତ୍ ଅୟ୍ରିଆ, ଚଃନେମଃନେ ତୁମାର୍ ମଃନ୍ ମାତୁଆଳି ଆର୍ ମଃଦ୍ କାଉଁକେ ଆରେକ୍ ଜିବ୍କାର୍ ଗିନେ ଚିତାୟ୍ ବୁଡି ରେତା ବଃଳ୍ ସେ ଦିନ୍ ଲୁକ୍ଣେ ତୁମାର୍ ଉହ୍ରେ ଆସେଦ୍; 35 କାୟିତାକ୍ବଃଲେକ୍ ସେରି ହାନ୍ଦା ହର୍ ସଃରା ହୁର୍ତିବି ସଃବୁଲକାର୍ ଉହ୍ରେ ଆସେଦ୍ । 36 ମଃତର୍ ଜଃନ୍କଃରି ଇ ସଃବୁ ଆଗ୍ତୁ ଗଃଟ୍ଣା ତଃୟ୍ହୁଣି ବଚୁକେ ଆର୍ ନଃରାର୍ ହୟିସି ଚଃମେ ଟିଆ ଅଃଉଁକେ ହାରାସ୍ ଇତାକ୍ ସଃବୁ ବଃଳ୍ ଗଃଉଆରି କଃରି ଜାଗି ରିଆ ।"