ଜିଉଦା ବିସ୍ୱାସେ ବିସ୍ ଦିଲା
3 ସଃଡେବଃଳ୍ ବାରଗଟ୍ ଚେଲା ବିତ୍ରେ ରିଲା ଇସ୍କାରିଅତ୍ ନାଉଁଆର୍ ଜିଉଦାର୍ ମଃନ୍ବିତ୍ରେ ସୟ୍ତାନ୍ ହୁର୍ଲି । 4 ସେତାକ୍, ସେ ଜାୟ୍, କଃନ୍କଃରି କଃରି ଜିସୁକେ ବଃଡ୍ ଜାଜକ୍ ଆର୍ ସଃଇନ୍ମଃନାର୍ ମୁଳିକାମଃନାର୍ ଆତେ ଦଃରାୟ୍ ଦଃୟ୍ଦ୍ ସେରି ତାକାର୍ ସଃଙ୍ଗ୍ କଃତାବାର୍ତା କଃଲା । 5 ସେତାକ୍ ସେମଃନ୍ ସଃର୍ଦା ଅୟ୍ଲାୟ୍ ଆର୍ ତାକେ ଡାବୁ ଦେଉଁକେ ଚିଡାହଡା କଃଲାୟି । 6 ଆର୍ ଜିହୁଦା ରାଜି ଅୟି ଲକ୍ମଃନାର୍ ଲୁକ୍ଣେ ତାକେ ସେମଃନାର୍ ଆତେ ସଃର୍ହି ଦେଉଁକ୍ ବାଟ ଲଳ୍ତିରିଲା ।