ପିତର୍ ଜିସୁକେ ନଃଜାଣି ବଃଲି କୟ୍ଲା
31 "ସିମନ୍, ସିମନ୍, ଦଃକ୍ ଗଅଁକେ ଚାଲାଣାୟ୍ ଚାଲାଉତା ହର୍ ସୟ୍ତାନ୍ ତୁମିମଃନ୍କେ ଚାଲାଉଁକ୍ ଅଃଦିକାର୍ ହାୟ୍ଁ ଆଚେ । 32 ମଃତର୍ ତର୍ ବିସ୍ୱାସ୍ କଃର୍ତାର୍ ଜଃନ୍କଃରି ଉଣା ନାୟ୍, ସେତାକ୍ ମୁୟ୍ଁ ତର୍ ଗିନେ ଗଃଉଆରି କଃରୁଲେ । ଆର୍ ତୁୟ୍ ଆରେକ୍ ବାଉଳିଆସି ଅଃହ୍ଣାର୍ ବାୟ୍ମଃନ୍କେ ତିର୍କଃର୍ ।"