40 ମଃତର୍ ବିନ୍ ଚର୍ ତାକେ ଦଃକାଦଃୟ୍ କୟ୍ଲା, "ତୁୟ୍ ହେଁ ସଃମାନ୍ ବିଚାର୍ ଡଃଣ୍ଡ୍ ହାଉଁଲିସ୍, ଇସ୍ୱର୍କେ କାୟି ତର୍ ଡିର୍ ହେଁ ନାୟ୍ ? 41 ଆର୍ ଅଃମିମଃନ୍ ସିନା ନ୍ୟାୟ୍ ହଃର୍କାରେ ଡଃଣ୍ଡ୍ ହାଉଁଲୁ, କାୟିତାକ୍ବଃଲେକ୍ ଅଃମିମଃନ୍ ନିଜାର୍ ନିଜାର୍ ଦଃସାର୍ ହାୟ୍ଁ ଡଃଣ୍ଡ୍ ହାଉଁଲୁ, ମଃତର୍ ଇ ମାନାୟ୍ କାୟି ଦଃସ୍ ହେଁ ନଃକେରେ ।" 42 ଆର୍ ସେ ଜିସୁକେ କୟ୍ଲା, "ଏ ଜିସୁ, ତୁୟ୍ ନିଜାର୍ ରାଇଜେ ଗଃଲେକ୍ ମକେ ଏତାଉ ।"
43 ସେତାକ୍ ଜିସୁ ତାକେ କୟ୍ଲା, "ମୁଁୟ୍ ତକେ ସଃତ୍ କଃଉଁଲେ, ଆଜି ତୁୟ୍ ମର୍ ସଃଙ୍ଗ୍ ସଃର୍ଗ୍ ରାଜାୟ୍ ହଚ୍ସି ।"