18 ଆରେକ୍ ଦଃକା, କଃତେକ୍ ଲକ୍ ଗଟେକ୍ ଏକ୍ଅଃଙ୍ଗି ରଗିକେ କଃଟେ ବୟ୍ଆଣି ତାକ୍ ବିତ୍ରେ ନେଉଁକେ ଆର୍ ଜିସୁର୍ ମୁଏଁ ସଃଙ୍ଗାଉଁକ୍ ଉପାୟ୍ କଃର୍ତି ରିଲାୟ୍ । 19 ମଃତର୍ ଲକ୍ ମଃନ୍ଦାର୍ ଗିନେ ତାକ୍ ବିତ୍ରେ ନେଉଁକେ ବାଟ ନଃମିଳ୍ଲାକ୍ ସେମଃନ୍ ଗଃରାର୍ ଚାନି ଉହ୍ରେ ଜାୟ୍, ଚାନି କାଣା କଃରି କଃଟ୍ ସଃଙ୍ଗ୍ ତାକ୍ ମଃଜାୟ୍ ଜିସୁର୍ ଲଃଗେ ଉତ୍ରାୟ୍ଲାୟ୍ । 20 ଜିସୁ ସେମଃନାର୍ ବିସ୍ୱାସ୍ ଦଃକି କୟ୍ଲା, "ଏ ବାୟ୍, ତର୍ ହାହ୍ ସଃବୁ କେମା କଃରାଅୟ୍ ଆଚେ ।"
21 ସେତାର୍ ଗିନେ ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍ ନିଜାର୍ ନିଜାର୍ ବିତ୍ରେ କଃତାବାର୍ତା ଅୟି ଇବାନ୍ୟା ବଃଲି କଃଉଁକେ ଦଃର୍ଲାୟ୍, "ଇ ମାନାୟ୍ ତ ଇସ୍ୱରାର୍ ଲିନ୍ଦା କଃରୁଲା, ଇ ମାନାୟ୍ କେଏ ? ଅଃବ୍କା ମାପୁର୍କେ ଚାଡି ଆର୍ କେଏ ହାହ୍ କେମା କଃରୁହାରେ ?"
22 ମଃତର୍ ଜିସୁ ସେମଃନାର୍ କଃତାବାର୍ତା ବୁଜିକଃରି ସେମଃନ୍କେ ଉତୁର୍ ଦିଲା, "ତୁମିମଃନ୍ ନିଜାର୍ ନିଜାର୍ ମଃନ୍ ବିତ୍ରେ କାୟିରି କଃତାବାର୍ତା ଅଃଉଁଲାସ୍ ? 23 କାୟିରି ଉପାସ୍ ? ତର୍ ହାହ୍ ସଃବୁ କେମା କଃରା ଅୟ୍ଲି ବଃଲି କଃଉତାର୍, କି ଉଟ୍ ଇଣ୍ଡି ଜାଆ ବଃଲି କଃଉତାର୍ ? 24 ମଃତର୍ ହୁର୍ତିବିଏ ହାହ୍ କେମା କଃରୁକେ ନଃରାର୍ ହୟ୍ସିର୍ ଜେ ଅଃଦିକାର୍ ଆଚେ," ଇରି ଜଃନ୍କଃରି ତୁମିମଃନ୍ ଜାଣୁ ହାରାସ୍, ଇତାର୍ ଗିନେ ଜିସୁ ଏକ୍ଅଃଙ୍ଗି ରଗିକ୍ କୟ୍ଲା, "ମୁଁୟ୍ ତକେ କଃଉଁଲେ, ଉଟ୍ ଆର୍ ନିଜାର୍ କଃଟ୍ ଦଃରି ନିଜାର୍ ଗଃରେ ଜାଆ ।"
25 ସେତାର୍ ହଃଚେ ସେ ସେଦାହ୍ରେ ସେମଃନାର୍ ମୁଏଁ ଉଟି, ଜୁୟି କଃଟ୍ ଉହ୍ରେ ସେ ସୟ୍ରିଲା, ସେରି ଦଃରି ଇସ୍ୱରାର୍ ଗୁଣ୍ଗାୟ୍କଃରି ନିଜାର୍ ଗଃରେ ଗଃଲା ।