ଉହାସ୍ କଃତା
33 କଃତେକ୍ ଲକ୍ ଜିସୁକେ କୟ୍ଲାୟ୍, "ଜହନ୍ ଆର୍ ଚେଲାମଃନ୍ ତର୍କେ ତର୍ ଉହାସ୍ ଆର୍ ପାର୍ତନା କଃର୍ତି, ପାରୁସିମଃନାର୍ ଚେଲାମଃନ୍ ହେଁ ସେବାନ୍ୟା କଃର୍ତି, ମଃତର୍ ତର୍ ଚେଲାମଃନ୍ କାଉଆ ହିଉଆ କଃର୍ତି ।"
34 ସେତାକ୍ ଜିସୁ ସେମଃନ୍କେ କୟ୍ଲା, "ବଃର ଗଚ୍ୟାମଃନାର୍ ସଃଙ୍ଗ୍ ବଃର ବିବା ଗଃରେ ରେତା ବଃଳ୍ ତୁମିମଃନ୍ କାୟି ସେମଃନ୍କେ ଉହାସ୍ କଃରାଉଁ ହାରାସ୍ ? କଃବେ ହେଁ ନାୟ୍ ! 35 ମଃତର୍ ବେଳ୍ ଆସେଦ୍, ଜଃଡେବଃଳ୍ ସେମଃନାର୍ ତଃୟ୍ହୁଣି ବଃରକେ ଅଃଲ୍ଗା କଃରା ଅୟ୍ଦ୍, ସଃଡେବଃଳ୍ ସେମଃନ୍ ଉହାସ୍ କଃର୍ତି ।"