ଜିସୁ ହାଁଚ୍ କଳି ସଃଇନାର୍ ମୁଳିକାର୍ ଦଃଙ୍ଗ୍ଳାକେ ଉଜ୍ କଃଲା
1 ଜିସୁର୍ କଃତା ଲକ୍ମଃନ୍ ସୁଣ୍ତି ରିଲାବଃଳ୍ ଅଃହ୍ଣାର୍ ସଃର୍ନେ କଃତା କୟ୍ ସଃରାୟ୍କଃରି କପୁର୍ନାହୁମ୍ ଗଃଳେ ଗଃଲା । 2 ସଃଡେବଃଳ୍ ଗଟେକ୍ ସଏ ସଃଇନାର୍ ଉହ୍ରେ ବଃଡ୍ ସଃଇନାର୍ ଗତିଦଃଙ୍ଗ୍ଳା ମଃଳୁ ହଃଳି ରିଲା । ସେ ତାକ୍ ବଃଡେ ଲାଡ୍ କଃର୍ତିରିଲା । 3 ସେ ଜିସୁର୍ ବିସୟେ କବୁର୍ ହାୟ୍ଁ ସେ ଜଃନ୍କଃରି ଆସି ତାର୍ ଗତିଦଃଙ୍ଗ୍ଳାର୍ ଜିବନ୍ ଉଜ୍ କଃରେଦ୍, ଆର୍ ଗିନେ ତାର୍ ହାକ୍ ଜିଉଦିମଃନାର୍ କଃତେକ୍ ପାରାଚିନ୍ମଃନ୍କେ ହଃଟାୟ୍ ଗଃଉଆରି କଃଲା । 4 ସେମଃନ୍ ଜିସୁର୍ ଚଃମେ ହଚି ତାକ୍ ବଃଡେ ଗଃଉଆରି କଃରୁକେ ଦଃର୍ଲାୟ୍, "ତୁୟ୍ ତାର୍ ଗିନେ ଇରି କଃର୍ସି, ସେ ସେତାର୍ ଜୟ୍ଗ୍ ଆଚେ । 5 କାୟିତାକ୍ବଃଲେକ୍ ସେ ଅଃମାର୍ ଜିଉଦି ଲକ୍ମଃନ୍କେ ଲାଡ୍ କଃରୁଲା ଆର୍ ସେ ନିଜେ ଅଃମାର୍ ଗିନେ ପାର୍ତ୍ନା ଗଃର୍ ବାନ୍ଦି ଦଃୟି ଆଚେ ।" 6 ସେତାକ୍ ଜିସୁ ସେମଃନାର୍ ସଃଙ୍ଗ୍ ଗଃଲା, ସେ ଗଃରାର୍ ଅଃଳକ୍ ଲଃଗେ ହଚ୍ଲାକ୍, ସଃଇନ୍ ମଃନାର୍ ବଃଡ୍ ସଃଇନ୍ ତାର୍ ଅଃହ୍ଣାର୍ ଲକ୍ମଃନ୍କେ ହଃଟାୟ୍ ଜିସୁକେ କୟ୍ଲା, "ମାପୁର୍ କଃସ୍ଟ କଃର୍ ନାୟ୍ ନି, ବଃଲେକ୍ ତୁୟ୍ ଜେ ମର୍ ଗଃରେ ହାଦ୍ ହଃକାଉସି ମୁଁୟ୍ ଅଃନ୍କା ଜୟ୍ଗ୍ ନାୟ୍ । 7 ଇତାକ୍ ମୁଁୟ୍ ତର୍ ଲଃଗେ ଜଃଉଁକେ ଜୟ୍ଗ୍ ବଃଲି ମଃନେ ନଃବାବ୍ଲେ, ମଃତର୍ ହଃଦେକ୍ ଆଦେସ୍ ଦଃୟି କଃଉ, ମର୍ ଦଃଙ୍ଗ୍ଳା ଉଜ୍ ଅଃଉଅ । 8 କାୟିତାକ୍ବଃଲେକ୍ ମୁଁୟ୍ ମର୍ ଉହ୍ରାର୍ ଅଃଦିକାରି ତଃଳେ ରେତା ଲକ୍ ଅୟିଲେକ୍ ହେଁ ମର୍ ତଃଳେ ସଃଇନ୍ମଃନ୍ ଆଚ୍ତି; ମୁଁୟ୍ ଗଟ୍ ଲକ୍କେ, ‘ଜାଆ !’ ବଃଲେକ୍ ସେ ଜାୟ୍ଦ୍, ଆରେକ୍ ଗଟ୍ଲକ୍କେ, ‘ଆଉ !’ ବଃଲେକ୍ ସେ ଆସେଦ୍; ଆର୍ ମର୍ ଗତିଦଃଙ୍ଗ୍ଳାକ୍, ଇରି କଃର୍ ! ବଃଲେକ୍ ସେ କଃରେଦ୍ ।" 9 ଜିସୁ ଇ ସଃବୁ କଃତା ସୁଣି ବଃଡେ କାବା ଅୟ୍ଲା, ଆର୍ ଲେଉଟି ଦଃକି ତାର୍ ହଃଚେ ଆସ୍ତା ଲକ୍ମଃନ୍କେ କୟ୍ଲା, ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଇସ୍ରାଏଲ୍ ବିତ୍ରେ ହେଁ ଅଃଡେକ୍ ବଃଡ୍ ବିସ୍ୱାସ୍ ନଃହାୟ୍ଁ । 10 ଆର୍ ହଃଟାୟ୍ରିଲା ଲକ୍ମଃନ୍ ଗଃରେ ବାଉଳି ଆସି ସେ ଗତିଦଃଙ୍ଗ୍ଳାକ୍ ଉଜ୍ ଅୟ୍ଲାର୍ ଦଃକ୍ଲାୟ୍ ।