24 ଜହନାର୍ ଚେଲାମଃନ୍ ଗଃଲା ହଃଚେ ଜିସୁ ଜହନ୍ ବିସୟେ କଃତା କଃଉଁକେ ଦଃର୍ଲା, "ତୁମି କାୟିରି ଦଃକୁକ୍ ସୁକ୍ଲା ବଃଟାୟ୍ ଜାୟ୍ ରିଲାସ୍, କାୟି ବାଉୟେ ଜଲ୍ତା ସୁର୍ଲିନଃଳା ବୁଟାକ୍ ? 25 ସେରି ନୟ୍ଲେକ୍ ତୁମିମଃନ୍ କାୟିରି ଦଃକୁକେ ବାରାୟ୍ ଜାୟ୍ରିଲାସ୍ ? କାୟି ମଃସ୍ଣି ବଃସ୍ତର୍ ହିନ୍ଦି ରିଲା ମାନାୟ୍କେ ? ଦଃକା ଜୁୟ୍ମଃନ୍ ବୁତେକ୍ ମଲାର୍ ବଃସ୍ତର୍ ହିନ୍ଦି ସୁକେ ରେତି, ସେମଃନ୍ ରଃଜାର୍ ନଃଉଁରେ ରେତି । 26 ମକ୍ କଃଉଆ, ସେରି ନୟ୍ଲେକ୍ କାୟିରି ଦଃକୁକ୍ ଜାୟ୍ରିଲାସ୍, କାୟି ଗଟେକ୍ ବାବ୍ବାଦିକେ ? ମୁଁୟ୍ ତୁମିକେ ସଃତ୍ କଃଉଁଲେ, ବାବ୍ବାଦି ତଃୟ୍ହୁଣି ସଃବ୍କେ ବଃଡ୍ ଲକ୍କେ, 27 ଜାର୍ ବିସୟେ ଦଃର୍ମ୍ ସାସ୍ତରେ ଲେକାଆଚେ, ‘ମାପୁର୍ କୟ୍ଲା, ଦଃକା ଅଃମାର୍ କବୁର୍କାରିଆ ତୁମାର୍ ଆଗ୍ତୁ ହଃଟାଉଁଲୁ, ସେ ତୁମାର୍ ଚଃମେ ତୁମାର୍ ବାଟ ହାଜେଦ୍, ଇରି ସେମାନାୟ୍ ଜହନ୍ ।’ 28 ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମାୟ୍ଜି ହେଟେହୁଣି ଜଃଲମ୍ ଅୟ୍ଲା ଲକ୍ମଃନାର୍ ବିତ୍ରେ ବାପ୍ତିସମ୍ ଦେତା ଜହନ୍ ତଃୟ୍ହୁଣି ବଃଡ୍ କେଏ ନାୟ୍, ଅୟିଲେକ୍ ହେଁ ମାପୁରାର୍ ରାଇଜେ ଜେ ସାନ୍, ସେ ତାର୍ ତଃୟ୍ହୁଣି ବଃଡ୍ ।"
29 ୭:୨୯ ମାତି ୨୧:୩୨; ଲୁକ ୩:୧୨. ଜୁୟି ଲକ୍ମଃନ୍ ଇ ସଃବୁ କଃତା ସୁଣ୍ତି ରିଲାୟ୍, ସେମଃନ୍, ମୁଳ୍କଃରି ରିବ୍ନିମଃନ୍, ଇସ୍ୱରାର୍ ବିଦି ହୁରୁଣ୍ କଃରି ଜହନ୍ ତଃୟ୍ହୁଣି ବାପ୍ତିସମ୍ ନଃୟ୍ ରିଲାୟ୍ । 30 ମଃତର୍ ପାରୁସି ଆର୍ ବିଦି ସିକାଉମଃନ୍ ସେମଃନାର୍ ଜିବନାର୍ ଗିନେ ଇସ୍ୱରାର୍ ଇଚାକ୍ ଅଃମାନ୍ୟା କଃରି ଜହନାର୍ ତଃୟ୍ହୁଣି ବାପ୍ତିସମ୍ ନଃୟ୍ ନଃରିଲାୟ୍ ।