33 କାୟିତାକ୍ବଃଲେକ୍ ବାପ୍ତିସମ୍ ଦେଉ ଜହନ୍ ଆୟ୍ଲା ଆର୍ ରୁଟି ନଃକାଇଲା କି ଅଙ୍ଗୁର୍ ରଃସ୍ ହେଁ ନଃକାୟ୍ଲା ଆର୍ ତୁମିମଃନ୍ କୟ୍ଲାସ୍ ସେ ବୁତ୍ ଦଃରାୟ୍ ଅୟିଆଚେ । 34 ନଃରାର୍ ହୟିସି ଆୟ୍ଲା ଆର୍ କାଉଆ ହିଉଆ କଃରୁଲା ଆର୍ ତୁମିମଃନ୍ କଃଉଁଲାସ୍ ଦଃକା, ଇମାନାୟ୍ କାଉରାହେଟା ଆର୍ ମଃଦୁଆ, ରିବ୍ନି ଆର୍ ହାହିମଃନାର୍ ସଃଙ୍ଗୁଆଳି ।