32 ସଃଡେବଃଳ୍ ପିତର୍ ଆର୍ ତାର୍ ସଃଙ୍ଗୁଆଳିମଃନ୍ ବର୍ ନିଦେ ସଇ ରିଲାୟ୍, ମଃତର୍ ସେମଃନ୍ ନିଦେହୁଣି ଚେତା ଅୟ୍ଲାକ୍, ଜିସୁର୍ ଜଃଜ୍ମାନ୍ ଆର୍ ତାର୍ ସଃଙ୍ଗ୍ ଟିଆ ଅୟ୍ରିଲା ଦୁୟ୍ ଲକ୍କେ ଦଃକ୍ଲାୟ୍ । 33 ଆରେକ୍ ସେମଃନ୍ ତାକାର୍ ତଃୟ୍ହୁଣି ଆସ୍ତା ବଃଳ୍ ପିତର୍ ଜିସୁକେ କୟ୍ଲା, "ଏ ଗୁରୁ, ଅଃମିମଃନ୍ ଇତି ଆଚୁ ଇରି ନିକ ଅଃମିମଃନ୍ ତିନିଗଟ୍ କୁଳିଆ ତିଆର୍ କଃରୁନ୍ଦ୍ ତର୍ ଗିନେ ଗଟେକ୍ ମସାର୍ ଗିନେ ଗଟେକ୍ ଆର୍ ଏଲିୟର୍ ଗିନେ ଗଟେକ୍," ମଃତର୍ ପିତର୍ କାୟିରି କଃଉଁଲା, ସେରି ଜାଣୁ ନଃହାର୍ଲା ।