30 ସେ ଗଃରେ ସିମନାର୍ ସଃତୁର୍ସି ଜଃରାର୍ ଗିନେ ଟାଟାୟ୍ ଡୁଳି ରିଲି, ସେତାର୍ଗିନେ ଚେଲାମଃନ୍ ସିମନାର୍ ସଃତୁର୍ସି ଜଃରୁଲି ବଃଲି ଜିସୁକେ ସେଦାହ୍ରେ କୟ୍ଲାୟ୍ । 31 ଜିସୁ ତାର୍ ଲଃଗେ ଗଃଲା ଆର୍ ତାର୍ ଆତେ ଦଃରି ତାକ୍ ଉଟାୟ୍ଲା, ସେଦାହ୍ରେ ତାର୍ ଜଃର୍ ଚାଡ୍ଲି ଆର୍ ସେ ସେମଃନ୍କେ କାଉଁକେ ହିଉଁକ୍ ଦଃୟ୍କଃରି, ତାକାର୍ ସେବା କଃରୁକେ ଦଃର୍ଲି ।