ଜିସୁକେ କ୍ରୁସ୍ କାଟେ ଚଃଗାୟ୍ ମାର୍ଲାୟ୍
21 ୧୫:୨୧ ରମି ୧୬:୧୩. ସଃଡେବଃଳ୍ ଆଲେକ୍ଜେଣ୍ଡାର୍ ଆର୍ ରୁପର୍ ଉବାସି ସିମନ୍ ନାଉଁଆର୍ ଗଟେକ୍ କୁରିଣିୟ ଲକ୍ ତାକାର୍ ଗାଉଁଏ ହୁଣି ଆୟ୍ଲା ଆର୍ ସେବାଟ୍ ହାକ୍ମାରି ଜାତିରିଲାବଃଳ୍ ତାକ୍ ଜିସୁର୍ କ୍ରୁସ୍ କାଟ୍ ବୟ୍ ନେଉଁକେ ବଃଳ୍ମତ୍ କଃଲାୟି ।