37 ତାର୍ହଃଚେ ତଃତ୍କାଣ୍ ସଃମ୍ନ୍ଦେ ଅଃପର୍ବଳ୍ ବାଉବଃତାସ୍ ଅୟ୍ଲି, ଆର୍ ସଃମ୍ନ୍ଦେ ଉଲାଳ୍ ଉଟି ଡଙ୍ଗା ବଃର୍ତି ହାଣି ଅଃଉଁକେ ଦଃର୍ଲି । 38 ସଃଡେବଃଳ୍ ଜିସୁ ଡଙ୍ଗାର୍ ହଃଚ୍ବାଟ୍ ମୁଚ୍ଳା ଉହ୍ରେ ମୁଣ୍ଡ୍ ଲାଦି ସୟ୍ରିଲା; ଆର୍ ଚେଲାମଃନ୍ ଜିସୁକେ ଉଟାୟ୍ କୟ୍ଲାୟ୍, "ଏ ଗୁରୁ, ଅଃମିମଃନ୍ ମଃଲୁ, ଅଃମାର୍ ଗିନେ ତର୍ କାୟି ଚିତା ନାୟ୍ ?"
39 ଜିସୁ ଉଟିକଃରି ବାଉହାଣିକେ ଦଃକା ଦଃୟି ସଃମ୍ନ୍ଦ୍କେ କୟ୍ଲା, "ତୁନ୍ହାଳ୍, ଚୁପ୍ଅଃଉ ।" ସେତାକ୍ ବାଉ ତେବ୍ଲି ଆର୍ ସଃବୁ ତିର୍ ଅୟ୍ଲି । 40 ତାର୍ହଃଚେ ଜିସୁ ଚେଲାମଃନ୍କେ କୟ୍ଲା, "ତୁମିମଃନ୍ କାୟିତାକ୍ ଅଃତେକ୍ ଡିରୁଲାସ୍, ଅଃବେ ହଃତେକ୍ କାୟି ତୁମାର୍ ବିସ୍ୱାସ୍ ନାୟ୍ ?"
41 ସେତାକ୍ ସେମଃନ୍ ଅଃପର୍ବଳ୍ ଡିରିକଃରି ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍, "ଏ ତଃବେ କେଏ ଜେ, ବାଉ ଆର୍ ସଃମ୍ନ୍ଦ୍ ହେଁ ଆର୍ କଃତା ମାନୁଲାୟ୍ ।"