ଜିସୁ ବାହିନି ବୁତ୍ ଦଃର୍ଲା ଲକ୍କେ ନିକକଃଲା
1 ତାର୍ହଃଚେ ଜିସୁ ଆର୍ ତାର୍ ଚେଲାମଃନ୍ ଗାଲିଲି ସଃମ୍ନ୍ଦ୍ ସେହାଟି ରିଲା ଗରାସିୟମଃନାର୍ ଦେସେ ହଚ୍ଲାୟ୍ । 2 ଜିସୁ ଡଙ୍ଗାୟ୍ହୁଣି ଉତୁର୍ଲା ଦାହ୍ରେ ଗଟେକ୍ ବିଟାଳ୍ ବୁତ୍ ଦଃର୍ଲା ଲକ୍ ମଃସ୍ଣେ ହୁଣି ବାରାୟ୍ ଜିସୁର୍ ଲଃଗେ ଆୟ୍ଲା । 3 ସେ ଲକ୍ ମଃସ୍ଣେ ରେତିରିଲା, ତାକ୍ କେଏ ହେଁ ସିକ୍ଳି ସଃଙ୍ଗ୍ ବାନ୍ଦି ସଃଙ୍ଗାଉଁକ୍ ନଃହାର୍ତି ରିଲାୟ୍ । 4 କଃତିତର୍ ତାକ୍ ସିକ୍ଳି ସଃଙ୍ଗ୍ ଆତେ ଗଡେ ବାନ୍ଦ୍ତି ରିଲାୟ୍, ମଃତର୍ ସେ ସିକ୍ଳିକେ ଚିଡାୟ୍ ଗଃର୍ଣ୍ଡା ଗଃର୍ଣ୍ଡା କଃରି ହଃକାଉତି ରିଲା, ତାକ୍ ବାନ୍ଦିକଃରି ଆୟ୍ତ୍ କଃରୁକେ କାର୍ ସଃକ୍ତି ନଃରିଲି । 5 ସେ ଦିନ୍ରାତି ସଃବୁବଃଳ୍ ମଃସ୍ଣେ ଆର୍ ଡଙ୍ଗ୍ରେ ବୁଲି ବୁଲି ବେଲ୍କି ଅଃଉତି ରିଲା, ଆର୍ ନିଜାର୍ ଗିନେ ନିଜେ ଟେଳାୟ୍ ଚେଚି ଅୟି ଗାଉ କଃର୍ତିରିଲା ।
6 ସେ ମାନାୟ୍ ଜିସୁକେ ଦୁରିକ୍ ହୁଣି ଦଃକ୍ଲା ଆର୍ ଦଃବ୍ଳି ଆୟ୍ଲା ଆର୍ ଜିସୁକେ ଜୁଆର୍ କଃଲା । 7 ଆର୍ ସେ ଆଉଲି ଅୟ୍କଃରି କୟ୍ଲା, "ଏ ସଃବ୍କେ ବଃଡ୍ ଇସ୍ୱରାର୍ ହୟିସି ଜିସୁ, ମର୍ତଃୟ୍ ତର୍ କାୟିରି ଆଚେ ? ମୁଁୟ୍ ତକେ ଇସ୍ୱରାର୍ ନାଉଁଏ ଗଃଉଆରି କଃରୁଲେ, ମକ୍ ଡଃଣ୍ଡ୍ ଦେନାୟ୍ ।" 8 କାୟିତାକ୍ବଃଲେକ୍ ଜିସୁ ତାକ୍ କଃଉଁକେ ଜାତିରିଲା, "ଏ ବିଟାଳ୍ ବୁତ୍ ଇ ଲକ୍ ତଃୟ୍ହୁଣି ବାରାୟ୍ ଜାଆ ।"
9 ଜିସୁ ତାକ୍ ହଃଚାର୍ଲା, "ତର୍ ନାଉ କାୟି ନାଉ ?"
ସେ କୟ୍ଲା, "ମର୍ ନାଉ ବାହିନି, ବଃଲେକ୍ ଅଃମି ଗାଦେକ୍ ।" 10 ଆର୍ ସେ କାନିକଃର୍ମ୍ ଅୟି ଗଃଉଆରି କଃରି କଃଉଁକ୍ ଦଃର୍ଲା, "ଇତିହୁଣି ସଃନ୍ଦି ଜିଣ୍ତେ ଦୁରିକ୍ ଅଃମିକ୍ ହଃଟାଉ ନାୟ୍ ।"
11 ସେତିର୍ ଡଙ୍ଗୁର୍ କଃଳ୍କାୟ୍ ଗଟ୍ ଗୁସ୍ରା ମଃନ୍ଦା ଚଃର୍ତି ରିଲାୟ୍ । 12 ସେ ବିଟାଳ୍ ଦୁତ୍ମଃନ୍ ଜିସୁକେ କାନିକଃର୍ମ୍ ଅୟି ଗଃଉଆରି କଃଲାୟି, "ହୟ୍ ଗୁସ୍ରାମଃନାର୍ ବିତ୍ରେ ହୁରୁକ୍ ଅଃମିକ୍ ସେମଃନାର୍ ବିତ୍ରେ ହଃଟାଉ ।" 13 ଜିସୁ ସେମଃନ୍କେ ଜଃଉଁକେ ଆଦେସ୍ ଦିଲାକ୍, ବିଟାଳ୍ ଦୁତ୍ମଃନ୍ ସେ ଲକାର୍ ତଃୟ୍ହୁଣି ବାରାୟ୍ଲାୟ୍, ଆର୍ ସେତି ରିଲା ଗୁସ୍ରାମଃନାର୍ ବିତ୍ରେ ହୁର୍ଲାୟ୍, ଆର୍ ସେ ଗୁସ୍ରା ମଃନ୍ଦା ଦଃବ୍ଳି ଜାୟ୍ ସଃମ୍ନ୍ଦ୍ କଃଣ୍ଡାୟ୍ ହୁଣି ଅଦ୍ରି ବୁଡି ମଃଲାୟ୍ ।
14 ତାର୍ହଃଚେ ଗୁସ୍ରା ଚଃରାଉତା ଲଃକ୍ମଃନ୍ ହଃଳାୟ୍ ଜାୟ୍ ସଃବୁ ଗଃଳେ ଆର୍ ଗାଉଁଏ ଜିସୁ କଃରିରିଲା ଗଃଟ୍ଣା ସଃବୁ କୟ୍ଲାୟ୍, ତଃବାର୍ଗିନେ ଲକ୍ମଃନ୍ କାୟିରି ଅୟିଆଚେ ବଃଲି ଦଃକୁକ୍ ଆୟ୍ଲାୟ୍ ।