ଜାଇରସାର୍ ଜିସି ଆର୍ ଜିସୁର୍ ବଃସ୍ତର୍ ଚୁୟ୍ଲା ମାୟ୍ଜି
21 ଜିସୁ ଆରେକ୍ ଗଟ୍ତର୍ ଡଙ୍ଗାୟ୍ ବଃସି ଇହାଟି ବାଉଳି ଆୟ୍ଲା । ସେଲଃଗେ ଗାଦେକ୍ ଲକ୍ମଃନ୍ଦା ରୁଣ୍ଡ୍ଲାୟ୍, ଆର୍ ଜିସୁ ସେ ସଃମ୍ନ୍ଦ୍ କଃଣ୍ଡାୟ୍ ରିଲା । 22 ସଃଡେବଃଳ୍ ଗଟେକ୍ ଜାଇରସ୍ ନାଉଁଆର୍ ଲକ୍ ପାର୍ତ୍ନା ଗଃରାର୍ ମୁଳିକା ସେ ଲଃଗେ ଆୟ୍ଲା, ଆର୍ ଜିସୁକେ ଦଃକିକଃରି ତାର୍ ହାଦେ ଡୁଳି ଜୁଆର୍ କଃଲା । 23 ଆର୍ ବଃଡେ କାନିକଃର୍ମ୍ ଅୟି ଗଃଉଆରି କଃଲା, "ମର୍ ବାର ବଃର୍ସାର୍ ସାନ୍ ଜିଇ ମଃର୍ତା ଉହ୍ରେ ଆଚେ, ସେ ଜଃନ୍କଃରି ମଃର୍ନ୍ ତଃୟ୍ହୁଣି ବଚେଦ୍, ଇତାର୍ ଗିନେ ତୁୟ୍ ଆଉ ଆର୍ ତାର୍ ଉହ୍ରେ ଆତ୍ ସଃଙ୍ଗାଉ ।"
24 ଜିସୁ ତାର୍ ସଃଙ୍ଗ୍ ଗଃଲା, ଆର୍ ସେତି ରିଲା ଲକ୍ମଃନ୍ଦା ତାର୍ ହଃଚେ ହଃଚେ ଗଃଲାୟି ଆର୍ ସେମଃନ୍ ଜିସୁର୍ ଉହ୍ରେ ମାଡାଚଃଗା ଅଃଉତିରିଲାୟ୍ ।
ଜିସୁ ଗଟେକ୍ ଗଃଗାଳ୍ ଜାତା ମାୟ୍ଜିକେ ଉଜ୍ କଃଲା
25 ସଃଡେବଃଳ୍ ବାର ବଃର୍ସ୍ ହଃତେକ୍ ଗଃଗାଳ୍ଜାତା ରଗେ ହଃଳ୍ଲା ଗଟେକ୍ ମାୟ୍ଜିରିଲି । 26 ସେ ରଗ୍ ଚାଡାୟ୍ ଅଃଉଁକେ କଃତେକ୍ ବୟ୍ଦ୍କାରି ହାକ୍ ଜାୟ୍କଃରି ସଃବୁଦଃନ୍ ସଃରାୟ୍ରିଲି, ମଃତର୍ ନିକ ଅଃଉତା ବାଦୁଲେ ଆରେକ୍ ଅଃଦିକ୍ ରଗି ଅୟି ରିଲି । 27 ସେ ମାୟ୍ଜି ଜିସୁର୍ କଃତା ସୁଣ୍ଲି, ଆର୍ ସେ ଲକ୍ମଃନ୍ଦା ବିତ୍ରେ ଜିସୁର୍ ହଃଚ୍ବାଟ୍ୟା ଆସି ଜିସୁର୍ ହଃଚ୍ୟା ଆଚଳ୍ ଚୁୟ୍ଲି । କାୟିତାକ୍ବଃଲେକ୍ ସେ ବାବ୍ତି ରିଲି, 28 "ଜିସୁର୍ ହଃଚ୍ୟାର୍ ଆଚଳ୍ ଚୁୟ୍ଲେକ୍ ମୁଁୟ୍ ଉଜ୍ ଅୟ୍ଦ୍ ।"
29 ସେ ଜିସୁର୍ ହଃଚ୍ୟା ଆଚଳ୍ ଚୁୟ୍ଲା ଦାହ୍ରେ ସେ ଗଃଗାଳ୍ ଜାତା ରଗେ ହୁଣି ଉଜ୍ ଅୟ୍ଲେ ବଃଲି ତାର୍ ଗଃଗାଳେ ଜାଣ୍ଲି । 30 ସେଦାହ୍ରେ ଜିସୁ ଅଃହ୍ଣାର୍ ତଃୟ୍ହୁଣି ସଃକ୍ତି ବାରାୟ୍ଲାର୍ ମଃନ୍ ବିତ୍ରେ ଜାଣ୍ଲା ଆର୍ ଲକ୍ ମଃନ୍ଦା ହାକ୍ ଲେଉଟି କଃରି କୟ୍ଲା, "କେଏ ମର୍ ବଃସ୍ତରାର୍ ଆଚଳ୍ ଚୁୟ୍ଲା ?"
31 ତାର୍ ଚେଲାମଃନ୍ ଜିସୁକେ କୟ୍ଲାୟ୍, "ତୁୟ୍ ତ ଦଃକୁଲିସ୍ ଲକ୍ମଃନ୍ କଃନ୍କଃରି ତର୍ ଉହ୍ରେ ମାଡା ଚଃଗା ଅଃଉଁଲାୟ୍, ଆର୍ ତୁୟ୍ କଃଉଁଲିସ୍, ‘କେଏ ମକ୍ ଚୁୟ୍ଲା ?’"
32 ଜେ ତାକ୍ ଚୁୟ୍ରିଲି ତାକ୍ ଦଃକିନ୍ଦ୍ ବଃଲି ଜିସୁ ଚାରିହାକ୍ ଦଃକୁକ୍ ଦଃର୍ଲା । 33 ସେତାକ୍ ସେ ମାୟ୍ଜି ଅଃହ୍ଣାର୍ ଉହ୍ରେ ଜୁୟି ଗଃଟ୍ଣା ଗଃଟି ଆଚେ ବଃଲି ଜାଣ୍ଲି ଆର୍ ଡିରାର୍ ମାଡେ ତଃର୍ତଃରି କଃରି ଆୟ୍ଲି, ଆର୍ ଜିସୁର୍ ହାଦ୍ ତଃଳେ ଡୁଳି ସଃବୁ ସଃତ୍ କଃତା ତାକ୍ କୟ୍ଲି । 34 ଜିସୁ ତାକ୍ କୟ୍ଲା, "ଏ ମର୍ ଜିଇ ତର୍ ବିସ୍ୱାସ୍ ତକେ ଉଜ୍ କଃରିଆଚେ, ସୁସ୍ତାୟ୍ ଜାଆ ଆର୍ ତର୍ ରଗେ ହୁଣି ଉଜ୍ ଅୟ୍ରେ ।"
ଜିସୁ ଜାଇରସାର୍ ଜିସିକେ ବାଚାୟ୍ଲା
35 ଜିସୁ ଇ କଃତା କଃଉତା ବଃଳ୍, ସେ ପାର୍ତ୍ନା ଗଃରାର୍ ମୁଳିକା ଜାଇରସାର୍ ଗଃରେହୁଣି କଃତି ଲକ୍ ଆୟ୍ଲାୟ୍ ଆର୍ କୟ୍ଲାୟ୍, "ତର୍ ଜିଦି ମଃଲିନି, ଗୁରୁକ୍ ଆର୍ କାୟିତାକ୍ କଃସ୍ଟ ଦେଉଁଲିସ୍ ?"
36 ମଃତର୍ ଜିସୁ ସେମଃନାର୍ କଃତା ସୁଣ୍ଲା ନଃସୁଣ୍ଲା ହର୍ ଅୟି ପାର୍ତ୍ନା ଗଃରାର୍ ମୁଳିକାକେ କୟ୍ଲା, "ଡିରା ନାୟ୍, ମଃତର୍ ବିସ୍ୱାସ୍ କଃର୍ ।" 37 ତାର୍ହଃଚେ ଜିସୁ ପିତର୍, ଜାକୁବ ଆର୍ ତାର୍ ବାୟ୍ସି ଜହନ୍କେ ଚାଡି କାକେ ହେଁ ତାର୍ ସଃଙ୍ଗ୍ ନଃନିଲା । 38 ଆର୍ ସେମଃନ୍ ମୁଳିକା ଜାଇରସାର୍ ଗଃରେ ହଚ୍ଲାୟ୍, ସେତି ଜିସୁ ଲକ୍ମଃନ୍ କାଲାହୁଲି ଆର୍ କାନ୍ଦାବାଳା ଅଃଉତି ରିଲାର୍ ଦଃକ୍ଲାୟ୍ । 39 ଜିସୁ ବିତ୍ରେ ଗଃଲା ଆର୍ କୟ୍ଲା, "କାୟିତାକ୍ କାଲାହୁଲି ଆର୍ କାନ୍ଦାବାଳା ଅଃଉଁଲାସ୍ । ଇ ଟକି ନଃମେରେ, ମଃତର୍ ସଇଆଚେ ।" ଇ କଃତା ସୁଣି ଲକ୍ମଃନ୍ ଟାହ୍ରା କଃରୁକେ ଦଃର୍ଲାୟ୍ ।
40 ମଃତର୍ ଜିସୁ ସଃବ୍କେ ହଃଦାୟି ବାର୍କଃରି, ସେ ହିଲାର୍ ଉବାସି, ଆୟ୍ସି ଆର୍ ଅଃହ୍ଣାର୍ ଲକ୍ମଃନାର୍ ସଃଙ୍ଗ୍ ସେ ଟକିହିଲା ଜୁୟ୍ତି ସୟ୍ରିଲି, ସେତି ଗଃଳାୟ୍ । 41 ତାର୍ହଃଚେ ଜିସୁ ସେ ଟକିହିଲାର୍ ଆତେ ଦଃରି ତାକ୍ କୟ୍ଲା, "ଟଲିତାକୁମ୍ !" ବଃଲେକ୍, "ଏ ନୁନି, ମୁଁୟ୍ ତକେ କଃଉଁଲେ, ଉଟ୍ ।"
42 ସେଦାହ୍ରେ ସେ ଟକିହିଲା ଉଟ୍ଲି ଆର୍ ଚାଲାବୁଲା କଃରୁକେ ଦଃର୍ଲି, ବଃଲେକ୍ ତାକ୍ ବାର ବଃର୍ସ୍ ଅୟ୍ରିଲି । ଇରି ଦଃକି କଃରି ସେମଃନ୍ କାବା ଅୟି ଗଃଳାୟ୍ । 43 ମଃତର୍ କେଏ ହେଁ ଜଃନ୍କଃରି ଇ କଃତା ନଃଜାଣତ୍, ଇତାର୍ ଗିନେ ଜିସୁ ସେମଃନ୍କେ କାକେହେଁ କଃଉଆ ନାୟ୍ ବଃଲି କୟ୍ଲା, ଆର୍ ସେ କୟ୍ଲା, "ଇ ଟକି ହିଲାକ୍ କାୟିରି ଅଲେ କାଉଁକେ ଦିଆସ୍ ।"