22 ସଃଡେବଃଳ୍ ଗଟେକ୍ ଜାଇରସ୍ ନାଉଁଆର୍ ଲକ୍ ପାର୍ତ୍ନା ଗଃରାର୍ ମୁଳିକା ସେ ଲଃଗେ ଆୟ୍ଲା, ଆର୍ ଜିସୁକେ ଦଃକିକଃରି ତାର୍ ହାଦେ ଡୁଳି ଜୁଆର୍ କଃଲା । 23 ଆର୍ ବଃଡେ କାନିକଃର୍ମ୍ ଅୟି ଗଃଉଆରି କଃଲା, "ମର୍ ବାର ବଃର୍ସାର୍ ସାନ୍ ଜିଇ ମଃର୍ତା ଉହ୍ରେ ଆଚେ, ସେ ଜଃନ୍କଃରି ମଃର୍ନ୍ ତଃୟ୍ହୁଣି ବଚେଦ୍, ଇତାର୍ ଗିନେ ତୁୟ୍ ଆଉ ଆର୍ ତାର୍ ଉହ୍ରେ ଆତ୍ ସଃଙ୍ଗାଉ ।"
24 ଜିସୁ ତାର୍ ସଃଙ୍ଗ୍ ଗଃଲା, ଆର୍ ସେତି ରିଲା ଲକ୍ମଃନ୍ଦା ତାର୍ ହଃଚେ ହଃଚେ ଗଃଲାୟି ଆର୍ ସେମଃନ୍ ଜିସୁର୍ ଉହ୍ରେ ମାଡାଚଃଗା ଅଃଉତିରିଲାୟ୍ ।