17 ୬:୧୭ ଲୁକ ୩:୧୯,୨୦.ହେରଦ୍ ନିଜାର୍ ବାୟ୍ସି ପିଲିପାର୍ ଡକୁର୍ସି ହେରଦିଆକେ ସଃଙ୍ଗାଇ ରିଲା, ସେତାର୍ଗିନେ ହେରଦିଆକେ ସଃର୍ଦା କଃରାଉଁକ୍ ନିଜେ ଲକ୍ ହଃଟାୟ୍ ଜହନ୍କେ ଦଃରି ଆଣି ବାନ୍ଦି ଜଃଇଲ୍ ବିତ୍ରେ ହୁରାୟ୍ ରିଲା । 18 କାୟିତାକ୍ବଃଲେକ୍ ବାପ୍ତିସମ୍ ଦେତା ଜହନ୍ ହେରଦ୍କେ କଃଉତିରିଲା, "ନିଜାର୍ ବାୟ୍ଦିର୍ ଡକୁର୍ସିକେ ସଃଙ୍ଗାଉତାର୍ ତର୍ ବିଦିନାୟ୍ଁ ।"