9 ଆରେକ୍ ଜିସୁ ସେମଃନ୍କେ କୟ୍ଲା, "ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ ମାନି ଆସ୍ତାର୍ ରିତିବିଦି ଗିନେ, ଇସ୍ୱରାର୍ ବିଦିକେ ଚାଡୁଲାସ୍ । 10 କାୟିତାକ୍ବଃଲେକ୍ ମସା କୟ୍ଲା ଆଚେ, ‘ନିଜାର୍ ଆୟା ଉବାକ୍ ମାନ୍ତି କଃରା,’ ଆର୍, ‘ଜୁୟି ଲକ୍ ଆୟା ଉବାକ୍ ସାୟ୍ପ୍ ଦଃୟ୍ଦ୍ ସେ ବାୟ୍ଦ୍ରେ ମଃର୍ନ୍ ଡଃଣ୍ଡ୍ ହାୟ୍ଦ୍ ।’ 11 ମଃତର୍ ତୁମିମଃନ୍ ସିକ୍ୟା ଦେଉଁଲାସ୍, କେଏ ଜଦି ଉବା କି ଆୟାକ୍ କୟ୍ଦ୍, ‘ମର୍ ତଃୟ୍ହୁଣି ତୁମି ଜାୟ୍ ଉହ୍କାର୍ ହାଉତାର୍ ଆଚେ, ସେରି ମୁଁୟ୍ କର୍ବାନ୍ କଃରି ଆଚି ।’ ବଃଲେକ୍ ଇସ୍ୱର୍କେ ଦାନ୍ କଃରିଆଚି । 12 ତଃବେ ତୁମି ଇବାନ୍ୟା ଲକ୍ମଃନ୍କେ ତାକାର୍ ଆୟ୍ସି ଉବାସିର୍ ଗିନେ କାୟିରି ହେଁ କଃରୁକେ ନଃଦେଉଁଲାସ୍ । 13 ଇବାନ୍ୟା ତୁମିମଃନ୍ ତୁମାର୍ କଃରି ଆସ୍ତା ରିତିବିଦି ଗିନେ ଇସ୍ୱର୍ ଦିଲା ରିତିବିଦିକ୍ ନଃମାନୁଲାସ୍, ଆର୍ କଃତେକ୍ କଃତେକ୍ କାମ୍ କଃରୁଲାସ୍ ।"