10 ସେତି ଗଟ୍ ଲକ୍ ରିଲା, ତାର୍ ଗଟେକ୍ ଆତ୍ ସୁକିଜାୟ୍ରିଲି । ଆରେକ୍ ଜିସୁର୍ ବିରୁଦେ ଦଃସ୍ ଦଃରୁକ୍ କଃତେକ୍ ଲକ୍ ଜାଗି ରିଲାୟ୍, ସେତାର୍ ଗିନେ ଜିସୁକେ ହଃଚାର୍ଲାୟ୍, "ବିସାଉଁଣିବାର୍ ଦିନ୍ ଉଜ୍ କଃର୍ତାର୍ କାୟି ମସାର୍ ବିଦି ବିରଦ୍ ନାୟ୍ ?"
11 ୧୨:୧୧ ଲୁକ ୧୪:୫. ମଃତର୍ ଜିସୁ ସେମଃନ୍କେ କୟ୍ଲା, "ଜଦି ତୁମିମଃନାର୍ ବିତ୍ରେ କାର୍ ଗଟେକ୍ ମେଣ୍ଡା ବିସାଉଁଣିବାର୍ ଦିନ୍ କାଲ୍ ବିତ୍ରେ ଅଦ୍ରେଦ୍, ତଃବେ ତାକ୍ କାୟି ଉଟାୟ୍ ନାଣାସ୍ ?" 12 ତଃବେ ମେଣ୍ଡା ତଃୟ୍ହୁଣି ମାନାୟ୍ କଃତେକ୍ ବଃଡ୍, ମସାର୍ ବିଦି ହଃର୍କାରେ "ବିସାଉଁଣିବାର୍ ଦିନ୍ ବିନ୍ ଲକେ ଉହ୍କାର୍ କଃର୍ତା ବିଦି ।" 13 ତାର୍ହଃଚେ ଜିସୁ ସେମାନାୟ୍କେ କୟ୍ଲା, "ତର୍ ଆତ୍ ଲାମାଉ ।"
ସେ ଆତ୍ ଲାମାୟ୍ଲାକେ ତାର୍ ବିନ୍ ଆତ୍ ହର୍ ଆରେକ୍ ନିକ ଅୟ୍ଲି ।