ମାଚ୍ ଦଃର୍ତାର୍ ଜାଲାର୍ କଃତା
47 "ଆରେକ୍ ସଃର୍ଗ୍ ରାଇଜ୍ ସଃମ୍ନ୍ଦେ ହଃକାୟ୍ଲା ସଃବୁ ରଃକମାର୍ ମାଚ୍ ରୁଣ୍ଡାଉତା ଗଟେକ୍ ମାଚ୍ଜାଲ୍ ହର୍ । 48 ସେରି ବଃର୍ତି ଅୟ୍ଲାକ୍ ଲକ୍ମଃନ୍ କଃଣ୍ଡାୟ୍ ଜିକି ଆଣ୍ଲାୟି, ଆର୍ ବଃସି ନିକନିକରି ଡଙ୍ଗାୟ୍ ଗଟେଟାଣେ କଃଲାୟି, ମଃତର୍ ବାନ୍ୟାରିମଃନ୍ ହଃଦାୟି ହଃବ୍ଳାୟ୍ଲାୟ୍ । 49 ଜୁଗ୍ ସେସ୍ ଦିନ୍ ସେରଃକମ୍ ଅୟ୍ଦ୍, ଦୁତ୍ମଃନ୍ ବାରାୟ୍ ଆସି ଦଃର୍ମିମଃନାର୍ ବିତ୍ରେ ଦୁସ୍ଟ୍ମଃନ୍କେ ବିନେ କଃର୍ତି । 50 ଆରେକ୍ ସେମଃନ୍କେ ବଃଟିର୍ ଜୟ୍କୁଣ୍ଡେ ହଃକାଉତି, ସେତି ସେମଃନ୍ କାନ୍ଦି କାନ୍ଦି ଦାତ୍ ଚାବି ଅଃଉତି ।"