ଜିସୁ ହାଁଚ୍ ଅଃଜାର୍ ଲକ୍କେ କାଦି କାଳାୟ୍ଲା
13 ଜିସୁ ସେରି ସୁଣି ସେ ଟାଣ୍ ଚାଡି ଡଙ୍ଗାୟ୍ ଚଃଗି ଗଟେକ୍ ସିଣିନ୍ଦ୍ ଟାଣେ ଗଃଲା । ଆର୍ ଲକ୍ମଃନ୍ ଇରି ସୁଣି ଗଃଳ୍ ବିତ୍ରେହୁଣି ଆସି ଇଣ୍ଡି ଇଣ୍ଡି ତାର୍ ଚଃମେ ଗଃଳାୟ୍ । 14 ଆର୍ ଜିସୁ ଡଙ୍ଗାୟ୍ହୁଣି ବାରାୟ୍ ଅଲେକାର୍ ଲକ୍ମଃନ୍କେ ଦଃକି ସେମଃନ୍କେ ଦଃୟା ଦଃକାୟ୍ଲା ଆର୍ ସେମଃନାର୍ ରଗିମଃନ୍କେ ଉଜ୍ କଃଲା ।
15 ବେଳ୍ ଅୟ୍ଲାକ୍ ଚେଲାମଃନ୍ ତାର୍ ଲଃଗେ ଆସି କୟ୍ଲାୟ୍, "ଇରି ଗଟେକ୍ ସିଣିନ୍ଦ୍ ଟାଣ୍, ଆରେକ୍ ଉତୁର୍ ବେଳା ଅୟ୍ଲିନି; ସେତାକ୍ ଲକ୍ମଃନ୍ ଗାଉଁଏମଃନ୍ ଜାୟ୍ ନିଜାର୍ ନିଜାର୍ ଗିନେ କାଦି ଗେନୁକ୍ ସେମଃନ୍କେ ଚାଡି ଦେସ୍ ।"
16 ମଃତର୍ ଜିସୁ ସେମଃନ୍କେ କୟ୍ଲା, "ସେମଃନ୍ ଜଃଉଁକେ ଲଳା ନାୟ୍, ତୁମିମଃନ୍ ସେମଃନ୍କେ କାଳାଉଆ ।"
17 ସେମଃନ୍ ଜିସୁକେ କୟ୍ଲାୟ୍, "ଅଃମାର୍ ତଃୟ୍ ଅଃକାୟ୍ ହାଁଚ୍ ଗଟ୍ ରୁଟି ଆର୍ ଜୁଳେକ୍ ମାଚ୍ ଆଚେ ।"
18 ଜିସୁ କୟ୍ଲା, "ସେରିମଃନ୍ ମର୍ ହାକ୍ ଆଣା ।" 19 ଆରେକ୍, ସେ ଲକ୍ମଃନ୍କେ ରଃନ୍ ଉହ୍ରେ ବଃସୁକେ କୟ୍ଲା, ଆର୍ ଜିସୁ ସେ ହାଁଚ୍ ଗଟ୍ ରୁଟି ଆର୍ ଜଳେକ୍ ମାଚ୍କେ ଆତେ ଦଃରି ସଃର୍ଗ୍ ବାଟ୍ୟା ଦଃକି ଆସିର୍ବାଦ୍ କଃରି ରୁଟିମଃନ୍ ବାଙ୍ଗାୟ୍ ଚେଲାମଃନ୍କେ ଦିଲା, ଆର୍ ଚେଲାମଃନ୍ ଲକ୍ମଃନ୍କେ ବାଟାକଃରି ଦିଲାୟ୍ । 20 ସଃବୁ ଲକ୍ମଃନ୍ ହେଟ୍ ହୁର୍ନେ କାୟ୍ଲାୟ୍ ଆର୍ ଚେଲାମଃନ୍ ଉବୁର୍ଲାର୍ କୁଦ୍ରି ରୁଟି ବେଟି ବାର ଡଃଲା ବଃର୍ତି କଃଲାୟି । 21 ସେତି କାୟିଲା ଲକ୍, ମାୟ୍ଜି ଆର୍ ସାନ୍ ହିଲାମଃନ୍କେ ଚାଡିକଃରି ହାକାହାକି ହାଁଚ୍ ଅଃଜାର୍ ଅଃଣ୍ଡ୍ରାଲକ୍ ରିଲାୟ୍ ।