ଜିସୁର୍ ରୁହ୍ ବାଦୁଲ୍ଲି
1 ଚଅ ଦିନାର୍ ହଃଚେ ଜିସୁ, ପିତର୍, ଜାକୁବକ୍ ଆର୍ ତାର୍ ବାୟ୍ସି ଜହନ୍କେ ସଃଙ୍ଗେ ଦଃରି ଅଃଲ୍ଗା ଅୟି ଗଟେକ୍ ଉଚ୍ ଡଙ୍ଗୁର୍ ଉହ୍ରେ ନିଲା । 2 ସେତି ସେମଃନାର୍ ମୁଏଁ ଜିସୁ ବିନ୍ ରୁହ୍ ଅୟ୍ଲା, ତାର୍ ମୁଁ ବେଳ୍ ହର୍ ଉଜାଳ୍ ଆର୍ ତାର୍ ବଃସ୍ତର୍ ବେଳ୍ ଉଜାଳ୍ ହର୍ ଚିଟ୍ ଦବ୍ ଅୟ୍ଲି । 3 ଆରେକ୍ ମସା ଆର୍ ଏଲିୟ ଜିସୁର୍ ସଃଙ୍ଗ୍ କଃତାବାର୍ତା କଃଉତାର୍ ଚେଲାମଃନ୍କେ ଡିସ୍ଲି । 4 ସେତାକ୍ ପିତର୍ ଜିସୁକେ କୟ୍ଲା, "ଏ ମାପୁର୍, ଅଃମିମଃନ୍ ଇଟାଣେ ଆଚୁ ଇରି ଅଃନାୟ୍ ନିକ, ତର୍ ମଃନ୍ ଅୟିଲେକ୍ ମୁଁୟ୍ ଇତି ତିନିଗଟ୍ କୁଳିଆ କଃରିନ୍ଦ୍, ତର୍ ଗିନେ ଗଟେକ୍, ମସାର୍ ଗିନେ ଗଟେକ୍ ଆର୍ ଏଲିୟର୍ ଗିନେ ଗଟେକ୍ ।"
5 ୧୭:୫ ମାତି ୩:୧୭; ୧୨:୧୮; ମାର୍କ ୧:୧୧; ଲୁକ ୩:୨୨. ୧୭:୫ ୨ ପିତ ୧:୧୭,୧୮. ପିତର୍ ଇ କଃତା କଃଉ କଃଉ କଃଣ୍ଡେକ୍ ଉଜାଳ୍ ମେଗ୍ ସେମଃନ୍କେ ଡାହ୍ଲି, ଆର୍ ସେ ମେଗେ ହୁଣି ଇ କଃତା କଃଉଆ ଅୟ୍ଲି, "ଇରି ଅଃମାର୍ ଲାଡାର୍ ହଅ, ଆର୍ ଉହ୍ରେ ଅଃମାର୍ ବଃଡେ ସଃନ୍ମତ୍, ଆର୍ କଃତା ସୁଣା ।"