ଜିସୁ ମନ୍ଦିର୍ ସିସ୍ଟୁ ବାନ୍ଦ୍ଲା
24 ଜିସୁ ଆର୍ ତାର୍ ଚେଲାମଃନ୍ କପୁର୍ନାହୁମ୍ ଆୟ୍ଲା ହଃଚେ, ମନ୍ଦିର୍ ସିସ୍ଟୁ ନେତା ଲକ୍ ପିତର୍ ଚଃମେ ଆସି ହଃଚାର୍ଲା, "ତୁମାର୍ ଗୁରୁ କାୟି ମନ୍ଦିରାର୍ ସିସ୍ଟୁ ନଃଦେୟ୍ ?"
25 ପିତର୍ କୟ୍ଲା, "ହେଁ, ଦଃୟ୍ଦ୍ ।"
ପିତର୍ ଗଃରେ ଆୟ୍ଲା ହଃଚେ, ଜିସୁ ଆଗ୍ତୁ ତାକ୍ କୟ୍ଲା, "ସିମନ୍ ତୁୟ୍ କାୟିରି ବାବୁଲିସ୍ ? ହୁର୍ତିବିର୍ ରଃଜାମଃନ୍ କାର୍ ତଃୟ୍ହୁଣି ସିସ୍ଟୁ କି ରଃଜାର୍ ବାଗ୍ ନେତି ? ନିଜାର୍ ଦେସାର୍ ଲକ୍ମଃନାର୍ ତଃୟ୍ହୁଣି କି, ବିନ୍ ଦେସାର୍ ଲକ୍ ତଃୟ୍ହୁଣି ?"
26 ପିତର୍ କୟ୍ଲା, "ବିନ୍ ଦେସାର୍ ଲକାର୍ ତଃୟ୍ହୁଣି ।" ତଃବେ ଜିସୁ ତାକ୍ କୟ୍ଲା, "ତଃବେ ତ ନିଜାର୍ ଦେସାର୍ ଲକ୍ମଃନ୍ ଚାଡ୍ ହାଉତି । 27 ମଃତର୍ ଅଃମିମଃନ୍ ସେମଃନାର୍ ବାଦା ନଃଦେଉଁଆ, ଇତାର୍ ଗିନେ ସଃମ୍ନ୍ଦେ ଜାଆ ଆର୍ ବଃଳ୍ସି ହଃକାଉ, ଆର୍ ହଃର୍ତୁ ଜୁୟି ମାଚ୍ ଲାଗେଦ୍, ତାକେ ଦଃରି ତାର୍ ଟଣ୍ଡ୍ ମେଲା କଃଲେକ୍ ଗଟେକ୍ ରୁହା ଅଦ୍ଲି ହାଉସି, ସେରି ଆଣି ମର୍ ଗିନେ ଆର୍ ତୁମାର୍ ଗିନେ ସେମଃନ୍କେ ସିସ୍ଟୁ ଦେସ୍ ।"