ସଃର୍ଗ୍ ରାଜାୟ୍ କେଏ ସଃବ୍କେ ବଃଡ୍ ?
1 ସଃଡେବଃଳ୍ ଚେଲାମଃନ୍ ଜିସୁର୍ ହାକ୍ ଆସି ହଃଚାର୍ଲାୟ୍, "ତଃବେ ସଃର୍ଗ୍ ରାଇଜେ କେଏ ସଃବ୍କେ ବଃଡ୍ ?"
2 ଜିସୁ ଗଟେକ୍ ସାନ୍ ହିଲାକ୍ ଚଃମେ କୁଦି ସେମଃନାର୍ ମଃଜାୟ୍ ଟିଆ କଃରାୟ୍ କୟ୍ଲା, 3 "ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ତୁମିମଃନ୍ ଲେଉଟି ସାନ୍ ହିଲା ହର୍ ନୟ୍ଲେକ୍, କଃବେ ହେଁ ସଃର୍ଗ୍ ରାଇଜେ ଜଃଉଁ ନଃହାରାସ୍ । 4 କୁୟି ମାନାୟ୍ ଇ ସାନ୍ ହିଲା ହର୍ ଅଃହ୍ଣାକ୍ ସାନ୍ କଃରେଦ୍, ସେ ସଃର୍ଗ୍ ରାଇଜେ ସଃବ୍କେ ବଃଡ୍ ଅୟ୍ଦ୍ ।