15 ମଃତର୍ ବଃଡ୍ ଜାଜକ୍ ଆର୍ ଦଃର୍ମ୍ଗୁରୁ ମଃନ୍ ତାର୍ କାବା ଅଃଉତା କାମ୍ ସଃବୁ ଆର୍ ମନ୍ଦିର୍ ବିତ୍ରେ, "ଦାଉଦାର୍ ହୟ୍ସିର୍ ଜୟ୍ ଅଃଉଅ," ବଃଲି ଉଲ୍ଗାଟ୍ ଅଃଉତା ହିଲାମଃନ୍କେ ଦଃକି ରିସା ଅୟଃଲାୟ୍ । 16 ସେମଃନ୍ ଜିସୁକେ ହଃଚାର୍ଲାୟ୍, "ଇମଃନ୍ କାୟି ବଃଲି କଃଉଁଲାୟ୍, ସେରି କାୟି ତୁୟ୍ ସୁଣୁଲିସ୍ ?"
ଜିସୁ ସେମଃନ୍କେ କୟ୍ଲା, "ହେଁ ସୁଣୁଲେ । ତୁମିମଃନ୍ କାୟି ଇ କଃତା କଃବେହେଁ ଦଃର୍ମ୍ ସାସ୍ତରେ ହଳି ନଃକେରାସ୍, ‘ତୁମି ସାନ୍ ହିଲା ଆର୍ ଦୁଦ୍ କାତା ହିଲାମଃନ୍କେ ଟିକ୍ ବାବେ ଜଃଜ୍ମାନ୍ କଃରୁକେ ସିକାୟ୍ ଆଚାସ୍ ?’"