ମଃଲା ଲକ୍ ଆରେକ୍ ଉଟ୍ତା କଃତା
23 ୨୨:୨୩ ପେରି ୨୩:୮. ସେ ଦିନ୍ ସାଦୁକିମଃନାର୍ ବିତ୍ରେ କଃତେକ୍ ଲକ୍ ଜିସୁର୍ ଲଃଗେ ଆୟ୍ଲାୟ୍, ସେମଃନ୍ ମଃଲା ଲକ୍ମଃନ୍ ଆରେକ୍ ଉଟ୍ତି ବଃଲି ନଃମାନ୍ତି ରିଲାୟ୍ । 24 ସେମଃନ୍ ଜିସୁକେ କୟ୍ଲାୟ୍, "ଏ ଗୁରୁ, ମସା କୟ୍ଆଚେ ଜେ, କେଏ ଜଦି ବିବା ଅୟି ହିଲାମଃନ୍ ନଃଉତ୍ ମଃରେଦ୍, ତଃବେ ତାର୍ ବାୟ୍ସି, ମଃରୁ ବାୟ୍ସିର୍ ଡକୁର୍ସିକେ ବିବା ଅୟି ସେ ତାର୍ ବାୟ୍ସିର୍ ଗିନେ ହିଲା ଜଃଲମ୍ କଃରେଦ୍ ଆର୍ ସେ ହିଲା ସେ ମଃଲା ବାୟ୍ସିର୍ ବଃଉଁସ୍ ବାଡାୟ୍ଦ୍ । 25 ତଃବେ ଦଃକ୍, ଅଃମାର୍ ବିତ୍ରେ ସାତ୍ ବାୟ୍ ରିଲାୟ୍, ହଃର୍ତୁ ବାୟ୍ ବିବା ଅୟି ମଃଲା, ଆର୍ ହିଲାଟକି ନଃରିଲାକ୍ ତାର୍ ଡକୁର୍ସିକେ ତାର୍ ହିଟିର୍ ବାୟ୍ସି ସଃଙ୍ଗାୟ୍ଲା । 26 ତାର୍ ହିଟିର୍ ବାୟ୍ସି ଆରେକ୍ ତାର୍ ହିଟିର୍ ବାୟ୍ସି, ଇ ରଃକମ୍ ସାତ୍ ବାୟ୍ ଜାକ ହେଁ ସେ ଟକିକେ ସଃଙ୍ଗାୟ୍ଲାୟ୍, ଆର୍ ହିଲାଟକି ନଃଉତ୍ ମଃଲାୟ୍ । 27 ହଃଚେ ସେ ମାୟ୍ଜି ହେଁ ମଃଲି । 28 ତଃବେ ହଃଚେ ଜଃଡେବଃଳ୍ ମଃଲାଲକ୍ମଃନ୍ ଉଟ୍ତି ଆଚେ ସଃଡେବଃଳ୍ ସେ ମାୟ୍ଜି ସାତ୍ ବାୟ୍ ବିତ୍ରାର୍ କାର୍ ଡକୁର୍ସି ଅୟ୍ଦ୍, ବଃଲେକ୍ ସେ ସାତ୍ ବାୟ୍ ହେଁ ତ ତାକ୍ ସଃଙ୍ଗାୟ୍ ରିଲାୟ୍ ।"
29 ଜିସୁ ସେମଃନ୍କେ କୟ୍ଲା, "ତୁମିମଃନ୍ ଦଃର୍ମ୍ ସାସ୍ତର୍ ଆର୍ ଇସ୍ୱରାର୍ ସଃକ୍ତି ହେଁ ନଃଜାଣି ବୁଲ୍କି ଜଃଉଁଲାସ୍ । 30 ବଃଲେକ୍ ମଃଲା ଲକ୍ମଃନ୍ ଉଟ୍ତି ସଃଡେବଃଳ୍ ସେମଃନ୍ ବିବା ନଃକେର୍ତି କି ବିବା ନଃଉତି । ମଃତର୍ ସେମଃନ୍ ସଃର୍ଗାର୍ ଦୁତ୍ମଃନାର୍ ହର୍ ଅୟି ରେତି । 31 ମଃଲା ଲକ୍ମଃନ୍ ଉଟ୍ତାର୍ କଃତା ଇସ୍ୱର୍ ଜୁୟ୍ରି ତୁମିମଃନ୍କେ କୟ୍ଲା ଆଚେ, ସେରି କି କଃବେ ତୁମିମଃନ୍ ନଃହଳାସ୍ ? 32 ‘ଅଃମି ଅବ୍ରାହାମାର୍ ଇସ୍ୱର୍, ଇସାକାର୍ ଇସ୍ୱର୍ ଆର୍ ଜାକୁବର୍ ଇସ୍ୱର୍ ।’ ସେ ମଃଲା ଲକ୍ମଃନାର୍ ଇସ୍ୱର୍ ନୟ୍, ମଃତର୍ ବଚ୍ଲା ଲକାର୍ ଇସ୍ୱର୍ ।"
33 ଜିସୁର୍ ଇ ସିକ୍ୟା ସୁଣିକଃରି ଲକ୍ମଃନ୍ ବଃଡେ କାବା ଅୟଃଲାୟ୍ ।